ମମତା ବାନାର୍ଜୀଙ୍କ ଅଫିସରେ ପହଞ୍ଚିଲା କରୋନା, ଶଚିବାଳୟର ୨ ଡ୍ରାଇଭର ପଜିଟିଭ ଚିହ୍ନଟ

Published By : Prameya-News7 Bureau | June 03, 2020 IST

କୋଲକାତା ୬।୩: କରୋନା ଭାଇରସ ମହାମାରୀ ପଶ୍ଟିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ବୁଧବାର ନିଜେ ଏହି ସୂଚନା ଦେଇଛନ୍ତି। ନାବାନ୍ନାରେ ୨ ଜଣ ଡ୍ରାଇଭର କରୋନା ପଜେଟିଭ ଚିହ୍ନଟ ହୋଇଥିବା ସେ କହିଛନ୍ତି। ଏଣୁ ରାଜ୍ୟ ସଚିବାଳୟର ସମସ୍ତ ବାହନ ଚାଳକଙ୍କ କରୋନା ଯାଞ୍ଚ କରାଇବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଗୁରୁବାର ପୁରା ସଚିବାଳୟ ବିଲ୍ଡିଂର ସାନିଟାଇଜେସନ ହେବ ବୋଲି କହିଛନ୍ତି।

{"id":280756,"sizeSlug":"large"}

ସୂଚନା ଯୋଗ୍ୟଯେ ହାୱଡା ଶିବପୁର ଶରତ ଚାଟର୍ଜୀ ରୋଡ ନାବାନ୍ନାରେ ରାଜ୍ୟ ସଚିବାଳୟ ରହିଛି। ଭବନର ଚତୁର୍ଦ୍ଦଶତମ ମହଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ତେବେ ରାଜ୍ୟରେ ଉପୁଜିଥିବା କରୋନା ଜନିତ ସମସ୍ୟାରେ ପ୍ରବାସୀ ଶ୍ରମିକଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ନିବେଦନ କରିଛନ୍ତି। ଏ ନେଇ ମମତା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ଏକ ପୋଷ୍ଟ କରିଥିବା ବେଳେ  କରୋନା ଯୋଗୁ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ନଗଦ ସହାୟତା ଜରୁରି ବୋଲି କହିଛନ୍ତି। ଯାହା ଦ୍ୱାରା ସେମାନେ ଲକଡାଉନ୍‌ ଜନିତ ଆର୍ଥିକ ସଂକଟର ମୁକାବିଲା କରିବାରେ ସକ୍ଷମ ହେବେ ବୋଲି ମମତା ଉଲ୍ଲେଖ କରିଛନ୍ତି।

wp:html /wp:html

କରୋନା ସଂକ୍ରମଣ ଓ ତତ୍ ଜନିତ ଲକଡାଉନ୍‌ ଶ୍ରମିକ ଓ କର୍ମଜୀବିଙ୍କ ସଞ୍ଚୟ ସମାପ୍ତ କରିଦେଇଛି। କେତେକ କ୍ଷେତ୍ରରେ ସେମାନେ ବେକାର ହୋଇଯିବା ପରିସ୍ଥିତିକୁ ଅଧିକ ଜଟିଳ କରିଛି। ଏଣୁ ଏଭଳି ଦୁର୍ଦ୍ଦିନରେ ସମୟ କାଟୁଥିବା ଶ୍ରମିକଙ୍କୁ ନଗଦ ସହାୟତା ଏବେ ଜରୁରି ହୋଇପଡିଛି। ଏପରି ଲୋକଙ୍କ ଲାଗି ପିଏମ୍ କେୟାର୍ସର ଉପଯୋଗ ହେବା ଆବଶ୍ୟକ ବୋଲି ମମତା ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.