ବାଣପୁର ମେଡିକାଲରେ ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଙ୍କୁ ନିସ୍ତୁକ ମାଡ

Published By : Prameya-News7 Bureau | September 16, 2018 IST

ଖୋର୍ଦ୍ଧା ୧୬/୯ : ଖୋର୍ଦ୍ଧା ଜିଲ୍ଲା ବାଣପୁର ମେଡିକାଲରେ ଡାକ୍ତରଙ୍କୁ ନିସ୍ତୁକ ମାଡ ମାରିଲେ ଲୋକେ | ରୋଗୀ ମୃତ୍ୟୁକୁ ନେଇ ଉତ୍ତେଜିତ ହୋଇ ଦୁଇ ଡାକ୍ତରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ | ଲୋକଙ୍କ ଆକ୍ରମଣରେ ଦୁଇଜଣ ଡାକ୍ତର ଓ ଜଣେ ଫାର୍ମାସିଷ୍ଟ ଲହୁଲୁହାଣ ହୋଇଯାଇଛନ୍ତି | ଆହତ ଦୁଇ ଡାକ୍ତର ହେଲେ ଡ.ନିରାକାର ପାଲ ଓ ଦିଲୀପ କୁମାର ମଲ୍ଲିକ | ଖୂଂଟାପାଲି ଗାଁର ପ୍ରଶାନ୍ତ ସାହୁ ନାମକ ଜଣେ ବ୍ୟକ୍ତି ବିଦ୍ୟୁତ ଆଘାତରେ ଗୁରୁତର ହୋଇ ପଡିବାରୁ ପରିବାର ଲୋକେ ତାଙ୍କୁ ସଂଗେ ସଂଗେ ବାଣପୁର ଡାକ୍ତରଖାନାକୁ ଆଣିଥିଲେ | କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ | ପ୍ରଶାନ୍ତ ଜୀବିତ ଥିବା ଓ ଡାକ୍ତରଙ୍କ ଅବହେଳା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗରେ ମୃତକଙ୍କ ସମ୍ପର୍କୀୟ ଡାକ୍ତରଙ୍କୁ ମାଡ ମାରିଥିଲେ | ଘଟଣା ପରେ ମେଡିକାଲରେ ରୋଗୀ ସେବା ଠପ ହୋଇପଡିଛି | ଘଟଣାସ୍ଥଳରେ ବାଣପୁର ପୋଲିସ ପହଂଚି ଘଟଣାର ତଦନ୍ତ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.