ଟ୍ରେନରେ କଟି ୨ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | August 24, 2018 IST

ନୂଆପଡା ୨୪/୮ : ଟ୍ରେନରେ କଟି ୨ଜଣଙ୍କର ମୃତ୍ୟୁ ହୋଇଛି । ବେଲପାହାଡ଼ ନିକଟ ନୂଆପଡା ରେଳଲାଇନ ନିକଟରେ ଏଭଳି ଅଘଟଣ ଘଟିଛି । ଖେଳୁଥିବା ବେଳେ ୫ ବର୍ଷର ଶିଶୁ ପୁତ୍ର ରେଳ ଧାରଣା ଭିତରକୁ ପଶି ଯାଇଥିଲା । ହାୱଡା-ଅହମ୍ମଦାବାଦ ଏକ୍ସପ୍ରେସରେ ପିଟି ହୋଇ ଶିଶୁଟିର ମୃତ୍ୟୁ ହୋଇଛି । ଶିଶୁଟିକୁ ବଞ୍ଚାଇବାକୁ ଯାଇ ଜଣେ ସମ୍ପର୍କୀୟ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଟ୍ରେନ୍ ଧକ୍କାରେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ନୂଆପଡ଼ାର ୪୫ ବର୍ଷୀୟ ମହିଳା ବେବି ଗୁପ୍ତା ଓ ୫ ବର୍ଷୀୟ ଶିଶୁ ନିଖିଲ । ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିଖିଲ ନିଜ ପରିବାର ସହ ବ୍ରଜରାଜନଗରରୁ ବେଲପାହଡ ନିଜ ସମ୍ପର୍କୀୟଙ୍କ ଘରକୁ ଆସିଥିଲା । ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.