କୂଅ ସଫା କରିବା ହେଲା କାଳ: ଶ୍ୱାସରୁଦ୍ଧ ହୋଇ ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | June 06, 2020 IST

ଭଞ୍ଜନଗର, ୦୬|୦୬:  ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଜଗନ୍ନାଥପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କୂଅ ସଫା କରିବା ବେଳେ ୨ଜଣ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।

ଭଞ୍ଜନଗର ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଜଗନ୍ନାଥପାଟଣାରେ ଏହି ଅଘଟଣ ଘଟିଛି। କୂଅ ସଫା କରିବା ପାଇଁ ଯାଇଥିବା ବେଳେ ଶ୍ୱାସରୁଦ୍ଧ ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଏହାସହ ଆଉ ଜଣେ ଗୁରୁତର ହୋଇଛନ୍ତି । ମୃତକ ଦ୍ୱୟ ହେଲେ କୈଳାସ ପ୍ରଧାନ, ଏବଂ ପ୍ରଦୀପ ପ୍ରଧାନ । ଗୁରୁତର ବାବୁଲା ପ୍ରଧାନଙ୍କୁ ମେଡିକାଲରେ  ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.