କୂଅ ସଫା କରିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ୨ ମୃତ

Published By : Prameya-News7 Bureau | May 28, 2020 IST

ବୌଦ୍ଧ, ୨୮|୦୫: ବୌଦ୍ଧ ଜିଲ୍ଲା ମହାନଦୀ ବ୍ରିଜ୍ ଛକ ନିକଟରେ ଏକ ନୂତନ ଘର ରଙ୍ଗ କରୁଥିବା ବେଳେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏଠାରେ କୁଅ ସଫା କରୁଥିବା ବେଳେ ୨ଜଣ ଯୁବକ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି ।

ସୂଚନାନୁସାରେ,  ଟୁଟୁସିଙ୍ଗା ଗ୍ରାମର ପ୍ରଫୁଲ୍ଲ ସାହୁ ଓ ନିରଞ୍ଜନ ଭୋଇ ଘର ମାଲିକଙ୍କ ଅନୁରୋଧକ୍ରମେ ତାଙ୍କ କୂଅ ସଫା କରିବାକୁ କୂଅରେ ପଶିଥିଲେ । ତେବେ କୂଅ ଭିତରେ ଅକ୍ସୀଜେନ ଅଭାବରୁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସେମାନଙ୍କୁ ଉଦ୍ଧାର କରିବାକୁ ଯାଇଥିବା ଆଉ ଜଣେ ଯୁବକ ମଧ୍ୟ ଅସୁସ୍ଥ ହୋଇ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ଅଗ୍ନିଶମ ବିଭାଗ ପହଂଚି ଉଭୟଙ୍କ ମୃତଦେହକୁ କୂଅରୁ ଉଦ୍ଧାର କରିଛନ୍ତି । ଘର ମାଲିକଙ୍କୁ ପୋଲିସ ଅଟକ ରଖିଛି ପଚରାଉଚରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.