କାମ କରିବାକୁ ଯାଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇଜଣଙ୍କ ଜୀବନ

Published By : Prameya-News7 Bureau | July 06, 2021 IST

ବେତନଟୀ, ୦୬/୦୭: ବଜ୍ରାଘାତରେ ଦୁଇ ମୃତ । ମୃତକ ଜଣେ ବୌଶିଙ୍ଗା ଥାନା ଅନ୍ତର୍ଗତ କଦଳୀଆ ଗ୍ରାମର ରମାକାନ୍ତ ବିନ୍ଧାଣି (୩୬) ହୋଇଥିବା ବେଳେ ଅନ୍ୟ ଜଣେ ବେତନଟୀ ଥାନା କୁଣ୍ଡେଇ ଗ୍ରମର ସୁଲୋଚନା ମହାନ୍ତ । ସୁଲୋଚନା ନିଜ ଝିଆରି ଘର ପୁରିଖୁଣ୍ଟା ଗ୍ରାମକୁ କାମ କରିବାକୁ ଯାଇଥିଲେ ।

 କ୍ଷେତରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଉଭୟ ପରିବାର ଲୋକ ସେମାନଙ୍କୁ ବେତନଟୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.