ବିଦ୍ୟୁତ ଆଘାତରେ ଇଟାଭାଟି ମାଲିକ ଓ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ

Published By : Prameya-News7 Bureau | June 17, 2019 IST

ଅନୁଗୁଳ ୧୭/୬ : ଅନୁଗୁଳ ହରିହରପୁରର ପାଉଁସ ଇଟାଭାଟିରେ ଅଘଟଣ ଘଟିଛି । ବିଦ୍ୟୁତ ଆଘାତରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ ୪୦ ବର୍ଷ ବୟସ୍କ ଇଟାଭାଟି ମାଲିକ ଅନନ୍ତ ଚରଣ ସାହୁ । ଅନ୍ୟ ଜଣେ ଭାଟିରେ କାମ କରୁଥିବା ମହିଳା ମଞ୍ଜରୀ ମିଞ୍ଜ । ମାଟି ତଳେ ୧୧ କେଭି କେଵଲ ଯାଇଥିଲା ବେଳେ ଶାବଳରେ ମାଟି ଖୋଳୁଥିବା ସମୟରେ ଶାବଳ ବାଜି ଯାଇଥିଲା । ଫଳରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନାପାଇ ତାଳଚେର ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.