Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବଜ୍ରାଘାତରେ ଚାଲିଗଲା ୨ ଜଣଙ୍କ ଜୀବନ, ୧୩ ଗାଈଗୋରୁ ମୃତ

9/09/2020 at 9:03 PM

ଅନୁଗୁଳ୦୯।୦୯:  ଅନୁଗୁଳ ଜିଲ୍ଲାରେ ଆଜି ଅପରାହ୍ନରେ ବଜ୍ରାଘାତ ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୩ ଗୋରୁଗାଈଙ୍କର ମଧ୍ୟ ମୃତ୍ୟୁ ହୋଇଛି। ନାଲକୋ ସି.ପି.ପି  ହାଟିଙ୍ଗରେ ବଜ୍ରାଘାତ ଘଟି ୨ ଜଣ ମୃତ୍ୟୁ ବରଣ କରିଥିବା ଲୋକ ହେଲେ ରାମଚନ୍ଦ୍ର କସବ(୨୫) ଏବଂ ଦଶରଥ ମୁର୍ମୁ(୨୭)।

ସୂଚନା ଅନୁଯାୟୀ ଏମାନେ ଶୌଚ ହେବା ପାଇଁ ଯାଉଥିବା ବେଳେ ବଜ୍ରାଘାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ନାଲକୋ ପୋଲିସ ପହଁଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ସେପଟେ କଣିହାଁ ବ୍ଲକ ସୁଲେଇପାଳ ଗାଁରେ ବଜ୍ରାଘାତ ଘଟି ୧୩ ଟି ଗାଈଗୋରୁଙ୍କର ମୁତ୍ୟୁ ହୋଇଛି। ଗାଈଗୁଡିକ ଗାଁ ପାଖ ଆମ୍ବ ତୋଟାରେ ବର୍ଷା ଆସିବା ଯୋଗୁଁ ଆଶ୍ରୟ ନେଇଥିବା ବେଳେ ବଜ୍ରପାତ ହୋଇଥିଲା। ସେଠିମଧ୍ୟ ଗାଈଗୋରୁ ଗୁଡିକ ଏବେ ବି ମରି ପଡିଛନ୍ତି। କଣିହାଁ ବିଡ଼ିଓ ଓ ତହସିଲଦାର ଘଟଣା ସ୍ଥଳକୁ ଆସିବାକୁ ସ୍ଥାନୀୟ ଲୋକ ଦାବି କରୁଛନ୍ତି।

   Related Posts