Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧: କୋଲକାତା ନାଇଟ ରାଇଡର୍ସ ସାମ୍ନାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଆତ୍ମ ସମର୍ପଣ
  • ||
  • ଅଖାଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ନିଧନ, ଫାଶିରେ ଝୁଲୁଥିବା ଅବସ୍ଥାରେ ମିଳିଲା ମୃତଶରୀର
  • ||
  • ନୀଳଗିିରି : ଶିଶୁକନ୍ୟା ଓ ବାପାଙ୍କୁ ହାଣିବା ଅଭିଯୋଗରେ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ ହେଲେ ଅଭିଯୁକ୍ତ
  • ||
  • ପୁରୀ : ଭାର୍ଗବୀ ନଦୀରେ ଗାଧୋଇବା ବେଳେ ଭାସିଯାଇ ବୃଦ୍ଧଙ୍କ ମୃତ୍ୟୁ
  • ||
  • ପୁରୀ : ୧୫ବର୍ଷ ପରେ ଚୂଡାନ୍ତ ରାୟ : ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ୨ ଭାଇଙ୍କୁ ଆଜୀବନ କାରାଦଣ୍ଡାଦେଶ
  • ||
  • ଭୁବନେଶ୍ବର : ବିଜେଡିର ମାରାଥନ୍ ମିଶ୍ରଣ ପର୍ବ, ଶଙ୍ଖ ଧରିଲେ ରାୟଗଡା ଜିଲ୍ଲାର ଅନେକ ବରିଷ୍ଠ କଂଗ୍ରେସ ଓ ବିଜେପି ନେତା
  • ||
  • ରାୟଗଡା : ଦେବଦୂତ ସାଜିଲେ ୧୦୮ ଆମୁଲାନ୍ସ କର୍ମଚାରୀ, ପାହାଡିଆ ରାସ୍ତାରେ ଗର୍ଭବତୀ ମହିଳାଙ୍କୁ ବୋହିଲେ ଷ୍ଟ୍ରେଚରରେ
  • ||
  • ଭୁବନେଶ୍ବର : ଗୁମର ଖୋଲିଲେ କି ବିଦ୍ୟାଭାରତୀ ? ଲାଏ ଡିଟେକ୍ସନ ଟେଷ୍ଟରେ ପ୍ରାୟ ୪ ଘଣ୍ଟାରେ ପଚରାଗଲା ୧୦୦ ପ୍ରଶ୍ନ
  • ||
  • କଣ୍ଟାବାଞ୍ଜି : ପାରିବାରିକ କଳହରୁ ସଂଘବଦ୍ଧ ଆକ୍ରମଣ, ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ନିମାପଡା : ପିପିଲି ଉପନିର୍ବାଚନକୁ ମୁକ୍ତ ଓ ନିରପେକ୍ଷ କରିବା ନେଇ ବିଏସଏଫର ଫ୍ଲାଗ୍ ମାର୍ଚ୍ଚ
  • ||

ଜୋରଦାର ବିସ୍ଫୋରଣରେ ପୂର୍ବତନ କଂଗ୍ରେସ୍ ନଗର ଅଧ୍ୟକ୍ଷ ସମେତ ୨ଜଣଙ୍କ ମୃତ୍ୟୁ : ଅନେକ ଗୁରୁତର

29/10/2020 at 1:00 PM

ମିରଠ ୨୯/୧୦: ଉତ୍ତରପ୍ରଦେଶର ମିରଠରେ ବଡ଼ ଦୁର୍ଘଟଣା ହୋଇଛି। ସରଧନାର ପୀର ଜାଦଗାନ ସାହିରେ ଆଜି ସକାଳେ ଏକ ଜୋରଦାର ବିସ୍ଫୋରଣରେ ଅନେକ ଘରର ଛାତ ଉଡ଼ି ଯାଇଛି। ଏଠାରେ ହଇଚଇ ସୃଷ୍ଟି ହୋଇଥିଲା। କୁହାଯାଉଛି ଯେ ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ଯେଉଁ ଘରେ ବିସ୍ଫୋରଣ ହୋଇଛି ସେଠାରେ ବାଣ ରଖାଯାଇଥିଲା।

ବିସ୍ଫୋରଣ ଜୋରଦାର ଥିଲା। ସୂଚନା ପାଇ ପୋଲିସ୍ ପହଞ୍ଚି ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି। ପୋଲିସ୍ ସାହିକୁ ସିଲ୍ କରି ଦୁର୍ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। କୁହାଯାଉଛି ଯେ ଏହି ବିସ୍ଫୋରଣ କଂଗ୍ରେସର ପୂର୍ବତନ ନଗର ଅଧ୍ୟକ୍ଷ ଆସିମଙ୍କ ଘରେ ପାଖାପାଖି ସକାଳ ସାଢ଼େ ୯ଟାରେ ଘଟିଛି। ଏହି ବିସ୍ଫୋରଣରେ ଆଖପାଖର ଘରଗୁଡ଼ିକର ଛାତ ଉଡ଼ି ଯାଇଛି।

ବିସ୍ଫୋରଣରେ ଆସୀମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। କାସିମ୍ ହସ୍ପିଟାଲରେ ଯିବା ସମୟରେ ବାଟରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପଡ଼ୋଶୀମାନେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଘରେ ବାଣ ରହିଥିବା ଯୋଗୁଁ ଅତ୍ୟଧିକ ମାତ୍ରାରେ ବାରୁଦ ଥିଲା।

କୁହାଯାଉଛି ଯେ ବାରୁଦ ସହ ଗ୍ୟାସ୍ ସିଲିଣ୍ଡରରେ ମଧ୍ୟ ନିଆଁ ଲାଗିଥିଳା ଯାହା ଫଳରେ ଅନେକ ଘରର କାନ୍ଥଗୁଡ଼ିକରେ ଫାଟ ସୃଷ୍ଟି ହୋଇଥିଲା।

   Related Posts