ତୀର୍ଥଯାତ୍ର ହେଲା ଶେଷ ଯାତ୍ରା : କାଠମାଣ୍ଡୁରେ ବସ୍ ଦୁର୍ଘଟଣାରେ ୨ ଓଡିଆ ମୃତ

Published By : Prameya-News7 Bureau | June 11, 2019 IST

ନେପାଳ କାଠମାଣ୍ଡୁରେ ବସ୍ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୨ ଓଡିଆ ମୃତ । ମୃତକ ଡେଲାଙ୍ଗ ଥାନା ଅନ୍ତର୍ଗତ ଯମୁନା ଗାଁର ବିଜୟ ଜେନା ଓ ଖୋର୍ଦ୍ଧା ମଳିପଡା ଗାଁର ଚରଣ ବିଶ୍ବାଳ । ଡେଲାଙ୍ଗ ଅଞ୍ଚଳର ବିଜୟ ବିଶ୍ବାଳଙ୍କ ନେତୃତ୍ବରେ ଖୋର୍ଦ୍ଧା ଓ ଡେଲାଙ୍ଗ ଅଞ୍ଚଳରୁ ୬୦ ଜଣ ନେପାଳ ବୁଲିବାକୁ ଯାଇଥିଲେ । କାଠମାଣ୍ଡୁରେ ବୁଲୁଥିବା ବେଳେ ଗୋଟିଏ ସ୍ଥାନରେ ସମସ୍ତେ ଓହ୍ଲାଇଥିଲେ । ବସ ଛିଡା ହୋଇଥିବା ବେଳେ ତା ସମ୍ମୁଖରେ କିଛି ଲୋକ ଛିଡା ହୋଇଥିଲା । ଏହି ସମୟରେ ପଛପଟୁ ଏକ ଟ୍ରକ ଧକ୍କା ଦେଇଥିଲା । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି ।

{"id":122185}

ତିର୍ଥଯାତ୍ର ହେଲା ଶେଷ ଯାତ୍ରା । ଓଡିଶାରୁ ନେପାଳ ତିର୍ଥକରି ଯାଇଥିବା ୬୦ଜଣ ଓଡିଆଙ୍କୁ ଧକ୍କା ଦେଲା ଟ୍ରକ । ସେମାନଙ୍କ ମଧ୍ୟରୁ ୪୦ରୁ ଅଧିକ ଆହତ ହୋଇଥିବା ବେଳେ ୨ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ ଖୋର୍ଦ୍ଧା ମଳିପଡା ଗାଁର ଚରଣ ବିଶ୍ବାଳ ଓ ଡେଲାଙ୍ଗ ଅଞ୍ଚଳର ବିଜୟ ବିଶ୍ବାଳ । ୬୦ଜଣ ଓଡିଆ ବସିଥିବା ବସ୍ଟିକୁ ଧକ୍କା ଦେଇଥିଲା ଏକ ଟ୍ରକ । ନେପାଳର କାଠମାଣ୍ଡୁ ନିକଟରେ  ଏହି ଦୁର୍ଘଟଣା ହୋଇଛି । ଆହତ ମାନଙ୍କୁ ସ୍ଥାନୀୟ ଚନ୍ନିଘାପୁରୁ ସରକାରୀ ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି । ତେବେ ଦୁଇ ମୃତ ତିର୍ଥଯାତ୍ରୀଙ୍କ ମୃତଦେହ ତୁରନ୍ତ ଓଡିଶାକୁ ଫେରାଇ ଆଣିବାକୁ ପରିବାର ପକ୍ଷରୁ ଦାବି ହୋଇଛି ।

{"id":122186}

ତେବେ ଆହତ ମାନଙ୍କୁ ତୁରନ୍ତ ସମସ୍ତ  ସହୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି । ଏହାସହ ମୃତକ ମୃତ ବ୍ୟକ୍ତି ମାନଙ୍କ ଶବ ପରିବାର ବର୍ଗକୁ ହସ୍ତାନ୍ତର ସହ ସେଠାରୁ ଆଣିବାକୁ ବ୍ୟବସ୍ଥା ହେଉଥିବା ଜିଲାପାଳ ପ୍ରତିଶ୍ରୁତି ଦେଇଛନ୍ତି

{"id":122187}

ତିର୍ଥଯାତ୍ରା ପାଇଁ ଯାଇ ନେପାଳରେ ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ଓଡିଆ ମାନଙ୍କୁ ତୁରନ୍ତ ସମସ୍ତ ସହାୟତା ଯୋଗାଇ ଦେବାକୁ ସରକାରଙ୍କୁ ଦାବି କରିଛନ୍ତି ସେମାନଙ୍କ ପରିବାର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.