ମ୍ୟାନହୋଲ ନେଲା ୨ ଜୀବନ: ଜଣେ ଗୁରୁତର, ପାଖରେ ପିସିଆର ଥିଲେ ମଧ୍ୟ ଉକ୍ତ ଥାନା ଅଧୀନରେ ଘଟଣା ଘଟିନଥିବା କହି କେହି ଆସିଲେନି

Published By : Prameya-News7 Bureau | April 15, 2021 IST

କଟକ ୧୫/୦୪ : କଟକ ସିଡିଏ ଅଞ୍ଚଳରେ ବଡ଼ ଅଘଟଣ । ସ୍ବେରେଜ୍ ଲାଇନରେ କାମ କରୁଥିବା ମ୍ୟାନହୋଲରେ ଅଣନିଶ୍ବାସୀ ହୋଇ ୨ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଏସିସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଗୃହ ଓ ନଗର ଉନ୍ନୟନ ପ୍ରମୂଖ ସଚିବ ଏହି ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ସିଏମ୍ସି କର୍ତ୍ତୃପକ୍ଷଙ୍କ ଖାମିଖିଆଲ ନୀତିକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

ପୁଣି ମ୍ୟାନହୋଲ ନେଇଗଲା ୨ ଜୀବନ । କିଛିଦିନ ତଳେ ଭୁବନେଶ୍ବର ପରେ ଏବେ କଟକ ସିଡିଏ ସେକ୍ଟର ୧୦ ରେ ଦେଖିବାକୁ ମିଳିଛି ଅଘଟଣ । ସ୍ବେରେଜ ଲାଇନ୍‌ ରେ କରୁଥିବା ବେଳେ ମ୍ୟାନହୋଲ୍ ରେ ଫସି ଯାଇଥିଲେ ୩ ଶ୍ରମିକ । ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ତେବେ ଘଟଣାସ୍ଥଳରେ ୨ଜଣଙ୍କର ଅକାଳ ମୃତ୍ୟୁ ହୋଇଛି । ମୃତକ ମାନେ  ବଡ଼ମ୍ବା ଅଞ୍ଚଳର ବିଷ୍ଣୁ ନାୟକ ଓ ପି. ଶଙ୍କର । ଏସସିବି ହସ୍ପିଟାଲରେ ଡି.ଶିବାଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସା କରାଯାଉଛି । ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।

କେମିତି ଘଟିଲା ଅଘଟଣ  । ଏନେଇ ତଦନ୍ତ କରିବାକୁ କଟକ ମ୍ୟୁନିସପାଲ କର୍ପୋରେସନର ଡେପୁଟିକମିଶନର ଓ କଟକ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି  ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିବଥନ । ତେବେ ଏହାଠାରୁ ଆହୁରି ସଂଗୀନ ଅଭିଯୋଗ ଆସିଛି । କୁଆଡେ ଘଟଣାସ୍ଥଳ ପାଖରେ ପିସିଆର ଭ୍ୟାନ ଥିଲେ ମଧ୍ୟ ସେମାନଙ୍କ ଥାନା ଅଧୀନରେ ଘଟଣା ଘଟିନଥିଵାରୁ ସେମାନେ ଘଟଣାସ୍ଥଳକୁ ଆସିନଥିଲେ । କେବଳ ସେତିତି ନୁହେଁ, ସି ଏମ୍ ସି କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି, ବାରମ୍ବାର ଲୋକଙ୍କୁ ଏଭଳି ମରଣ ମୁହଁକୁ ଠେଲି ଦେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.