ପୋଲ ତଳକୁ ଖସି ପଡିଲା ବାଇକ୍ : ୨ ମୃତ, ଜଣେ ଗୁରୁତର

Published By : Prameya-News7 Bureau | September 05, 2020 IST

ଢେଙ୍କାନାଳ, ୦୫।୦୯:  ଢେଙ୍କାନାଳ ପରଜଙ୍ଗ ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକ୍ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଛି । ଏଥିରେ ୨ଜଣ ବାଇକ ଆରୋହୀ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ।  

ପରଜଙ୍ଗ ଥାନା ଭାଲୁମୁଣ୍ଡା ବଡାଯୋରl ନାଳ ପୋଲ ଉପରୁ ଭାରସାମ୍ୟ ହରାଇ ଏକ ବାଇକ୍ ପୋଲ ତଳକୁ ଖସି ପଡିଛି l ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି l ମୃତକ ଦୁଇ ଜଣ ହେଲେ ପରଜଙ୍ଗ ଥାନା ପଟରପଦା ଗ୍ରାମର ସରୋଜ ନାୟକ ଓ ବସନ୍ତପଡ଼ା ଗ୍ରାମର ସୁବ୍ରତ ସାହୁ l ଗୁରୁତର ଜଣକ ହେଲେ ପାଟରପଦା ଗ୍ରାମର ଦେବାଶିଷ ବିଶ୍ୱାଳ l

ତିନିଜଣ ନିଜ ଗ୍ରାମରୁ ବାହାରି ଭାଳୁମୁଣ୍ଡା ଛକକୁ ଯିବା ସମୟରେ ବାଇକଟି ବଡ଼ଯୋରା ନାଳ ନିକଟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲେ l ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଗୁରୁତରଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଛି l ଖବର ପାଇ ପରଜଙ୍ଗ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ କରିବା ସହ ଅଧିକ ତଦନ୍ତ ଯାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.