ଜିପ୍ ଓ ବାଇକକୁ ଧକ୍କା ଦେଲା ହାଇୱା: ୨ମୃତ,ଜଣେ ମହିଳାଙ୍କ ସମେତ ୪ ଆହତ

Published By : Prameya-News7 Bureau | July 15, 2019 IST

ବେତନଟୀ ୧୫|୭: ବେତନଟୀ ହନୁମାନ ମନ୍ଦିର ପାଖରେ ସାଂଘାତିକ ରାସ୍ତା ଦୁର୍ଘଟଣା ହୋଇଛି । ଏକ ହାଇୱା ସିରଜ ଦୁର୍ଘଟଣା ଘଟାଇଛି । ଏକ ଜିପ ଓ ବାଇକକୁ ହାଇୱା ଧକ୍କା ଦେବା ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ସମସ୍ତ ଆହତଙ୍କୁ ବେତନଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

{"id":134021}

ସୂଚନାଯୋଗ୍ୟ ଯେ, ହାଇୱାଟି ପ୍ରଥମେ ଜିପକୁ ଧକ୍କା ଦେବାପରେ ମଟର ସାଇକଲକୁ ଧକ୍କା ଦେଇଥିଲା । ମଟରସାଇକଲେ ଥିବା ଦୁଇଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜିପ୍‌ରେ ଥିବା ୪ଜଣଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି ।

{"id":134022}

ଜିପ୍‌ରେ ସିଦ୍ଧାନ୍ତ ପାଲ(୪୩), ଶିବାନୀ ତରେଇ (୨୮) ମନୀଷ ତରେଇ(୨୫) ଏବଂ ମୁକ୍ତିଆର ରହେମନ ଥିଲେ । ସେହିଭଳି ମଟର ସାଇକଲେ ବାଲେଶ୍ବର ମିତ୍ରପୁରର ଚନ୍ଦନ ସର୍କାର ଏବଂ ବାରିପଦା ଆରପଟାର ଚନ୍ଦନ ନାଏକ ଥିଲେ ।

{"id":134023}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.