କ୍ୟାଣ୍ଟର ଓଲଟି ୨ ମୃତ, ୧୩ ଆହତ, ସେପଟେ ଅନୁଗୁଳ ସମ୍ବଲପୁର ରାସ୍ତାରେ ଓଲଟିଲା ବସ୍

Published By : Prameya-News7 Bureau | August 23, 2019 IST

ବଡବିଲ୧୯ ।୮:  ବଲାଣୀ-କିରିବୁରୁ ଘାଟି ରାସ୍ତାରେ ଶୁକ୍ରବାର ଏକ କ୍ୟାଣ୍ଟର ଓଲଟି ପଡିଛି।  ଫଳରେ ଏଥିରେ ଯାଉଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ହୋଇଛି । ସେମାନେ ହେଲେ ଛୋଟୁ ପାନ ଓ ଅର୍ଜ୍ଜୁନ କାରୁଆ। ଏକ ଶବ ଦାହ କରିବାକୁ ସେମାନେ କ୍ୟାଣ୍ଟରରେ ଯାଇଥିଲେ। ସଂସ୍କାର କାର୍ଯ୍ୟ ସାରି ଫେରୁଥିବା ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକେ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଛନ୍ତି। ଆହତମାନଙ୍କୁ କିରିବୁରୁ ଓ ବଡବିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  

ସେପଟେ ରେଢାଖୋଲ କୁଟାସିଂହା ନିକଟରେ ଯାତ୍ରୀବାହୀ ବସ୍ ‘ଏସ୍ କୁମାର’ ଓଲଟି ପଡିଥିବା ଜଣାପଡିଛି। ବସ୍ ଟି ଅନୁଗୁଳରୁ ଯାତ୍ରୀଙ୍କୁ ନେଇ ସମ୍ବଲପୁର ଯାଉଥିବା ବେଳେ ରାସ୍ତାରେ ଓଲଟି ପଡିଛି। ଫଳରେ ୧୬ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସମସ୍ତ ଆହତଙ୍କୁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.