ନାରାୟଣପାଟଣାରେ ବଜ୍ରାଘାତରେ ୨ ମୃତ: ୩ ମାସର ଶିଶୁ ସମେତ ୩ ଗୁରୁତର

Published By : Prameya-News7 Bureau | June 03, 2019 IST

କୋରାପୁଟ ୩/୬ : କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ଲଙ୍ଗଳବେଡା ପଞ୍ଚାୟତର ଚିନା କିମିଡି ଭଦ୍ରା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ମାରି ରବିଙ୍କ ସ୍ତ୍ରୀ ମାରି ରାଧା ଓ ମାରି ଲଷ୍ମୀଙ୍କ ସ୍ତ୍ରୀ ମାରୀ ସୁନୀତା ବଜ୍ରାଘାତରେ ମୃତ୍ୟୁ ହୋଇଛି । ବଜ୍ରାଘାତରେ ତିନି ମାସର ଶିଶୁ ସମେତ ତିନି ଜଣ ଗୁରୁତର ହୋଇଛନ୍ତି । ମୃତ ଦୁଇ ଜଣ ସମ୍ପର୍କରେ ଦୁଇ ଯା ବୋଲି ଜଣାପଡିଛି ।

{"id":118966}

ଗୁରୁତରମାନଙ୍କୁ ଆନ୍ଧ୍ରପ୍ରଦେଶର ପାର୍ବତୀପୁର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ନିଜ ଜମିରେ କାମ କରି ଫେରୁଥିବାବେଳେ ହଠାତ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ଦୁହିଙ୍କର ଗଲକାଲି ସଂଧ୍ୟାରେ ମୃତ୍ୟୁ ହୋଇଯାଇଛି । ମୃତଦେହଗୁଡିକୁ ଆଜି ବ୍ୟବଚ୍ଛେଦ ପାଇଁ ନାରାୟଣପାଟଣା ଅଣାଯାଉଛି ।

{"id":118965}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.