ରଥଟଣାବେଳେ ଯାଜପୁର କାଳିଆପାଣିରେ ଅଘଟଣ: ରଥ ୧୧କେଭି ତାର ସଂସ୍ପର୍ଶରେ ଆସିବା ଯୋଗୁଁ ରଥ ଉପରେ ୨ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ୭ ଗୁରୁତର

Published By : Prameya-News7 Bureau | July 04, 2019 IST

ଯାଜପୁର୪|୭: ଯାଜପୁର ଜିଲ୍ଲା କାଳିଆପାଣିରେ ରଥାଯାତ୍ରା ବେଳେ ଅଘଟଣ ଘଟିଛି । ରଥଟଣାବେଳେ ରଥଟି ୧୧କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିବା ଯୋଗୁଁ ଘଟିଛି ଅଘଟଣା। ଭରତ ରାୟ ଏବଂ ସୁଚିତ୍ର ରାୟ ନାମକ ଦୁଇଜଣ ଶ୍ରଦ୍ଧାଳୁଙ୍କ ବିଦ୍ୟୁତ ଆଘାତରେ ରଥ ଉପରେ ହିଁ ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ୭ଜଣ ଶ୍ରଦ୍ଧାଳୁ ମଧ୍ୟ ଗୁରୁତର ଆହତ ହୋଇଛନ୍ତି ।

{"id":130435}

୭ଜଣ ଗୁତରଙ୍କୁ କାଳିଆ ପାଣି ଟାଟା ହସ୍ପଟାଲରେ ଭର୍ତ୍ତି କରାଯାଇଛି । ମୋଡ ବୁଲିବା ବେଳେ ନିୟନ୍ତ୍ରଣ ହରାଇ ରଥଟି ରାସ୍ତା କଡକୁ ଚାଲିଯିବାଫଳରେ ରଥଟି ୧୧କେଭି ଲାଇଲ ସହ ସଂସ୍ପର୍ଶରେ ଆସିଥିଲା । ମୃତ ଭରତ ରାୟ ଅଟୱଲ କମ୍ପାନୀର କର୍ମଚାରୀ, । ଅପରପକ୍ଷରେ ମୃତ ସୁଚିତ୍ର ଲେଙ୍କାଙ୍କ ଘର ଢେଙ୍କାନାଳ ଜିଲ୍ଲାର କମାକ୍ଷା ନଗରରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.