ଜଟଣୀ ନିକଟରେ ପୋଲ ତଳକୁ ଖସିଲା କାର୍; ୨ ଜଣ ମୃତ, ଜଣେ ଆହତ

Published By : Prameya-News7 Bureau | September 16, 2018 IST

ଭୁବନେଶ୍ବର ୧୬|୯: ଭୁବନେଶ୍ବର- ଜଟଣୀ ରାସ୍ତାର ସିଇଟି କଲେଜ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଲା କାର୍ । ଫଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଆହତ ହୋଇଛନ୍ତି । କାର୍ ଟି ପ୍ରାୟ ୧୫ଫୁଟ ତଳକୁ ଖସିପଡିଛି । ମୃତକ ହେଲେ କଳାପଥର ଖଜୁରୀପଦାର ଜିତେନ୍ଦ୍ର ନାୟକ, ଅନ୍ୟ ଜଣେ କଟକ ନରସିଂହପୁରର ଗୁରୁ ନରେନ୍ଦ୍ର । ୩ ଜଣ ସାଙ୍ଗ ହୋଇ ଜଟଣୀ ଗଣେଶ ପୂଜା ଦେଖି ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ମୃତାହତ ସମସ୍ତେ ଭୁବନେଶ୍ବର ସାଲିଆସାହିରେ ରହୁଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.