ଜଗତସିଂହପୁର ୩୦/୬: ପାରାଦୀପ ନେହେରୁ ବଙ୍ଗଳା ନିକଟରେ ଦୁଇଟି ମୃତଦେହ ଉଦ୍ଧାର ହୋଇଛି। ୨ ଜଣଙ୍କୁ ପଥରରେ ଛେଚି ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।
{"id":128818}ନେହରୁ ବଙ୍ଗଳା ବଜାର ନିକଟରୁ ଗୋଟିଏ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୃତଦେହ ମେରାଇନ୍ ଥାନାରୁ କିଛି ଦୂରରେ ମିଳିଛି। ମୃତକଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ମେରାଇନ୍ ଥାନା ପୋଲିସ।