ସୁରକ୍ଷାକର୍ମୀଙ୍କ ଗାଡି ନିକଟରେ ବିସ୍ଫୋରଣ : ୨ମୃତ, ୧୦ ଆହତ
7/01/2020 at 7:08 PM

ଇସଲାମାବାଦ ୦୭।୦୧: ମଙ୍ଗଳବାର ଦିନ ଅପରାହ୍ନ ସମୟରେ ପାକିସ୍ତାନର କ୍ବେଟା ସହରରେ ଜୋରଦାର ବିସ୍ଫୋରଣ ହୋଇଛି । ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣଙ୍କ ଅଧିକ ଲୋକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, କ୍ବେଟା ନିକଟରେ ଥିବା ଏକ ରାସ୍ତାରେ ସୁରକ୍ଷାକର୍ମୀଙ୍କ ଗାଡି ଅଟକ ରହିଥିଲା । ଠିକ୍ ସେହି ସମୟରେ ସୁରକ୍ଷାକର୍ମୀଙ୍କ ଗାଡି ନିକଟରେ ଥିବା ବାଇକରୁ ଏକ ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳକୁ ସିଲ୍ କରିଦିଆଯାଇଛି । ଘଟଣାସ୍ଥଳରେ ସେନା ଓ ବୋମା ନିଷ୍କ୍ରିୟ ଦଳ ପହଞ୍ଚି ଛାନଭିନ୍ ଜାରି ରଖିଛନ୍ତି । ତେବେ ପାକିସ୍ତାନ ଗୃହମନ୍ତ୍ରୀ ଘଟଣାର ନିନ୍ଦା କରିବା ସହ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
Related Posts
କୋଭିଡ ଟିକା ଯୋଗାଣ ଲାଗି ଏଯାଏଁ ପାକିସ୍ତାନରୁ ମିଳିନି ଅନୁରୋଧ: MEA
22 January 2021