ଅନୈତିକ ସମ୍ପର୍କକୁ ନେଇ ହେଉଥିବା ଗ୍ରାମସଭାରେ ଛୁରାମାଡ- ୨ ମୃତ ୪ ଗୁରୁତର

Published By : Prameya-News7 Bureau | October 22, 2019 IST


ମାଲକାନଗିରି - ମାଲକାନଗିରିରେ ଏମ୍‌ଭି ୩୩ରେ ଏକ ଗ୍ରାମ ସଭାରେ ଅନୈତିକ ସମ୍ପର୍କକୁ ନେଇ ହେଉଥିବା ଗ୍ରାମସଭାରେ ଅଭିଯୁକ୍ତ ବିଧାନ ମିର୍ଦ୍ଧା ଛୁରାମାଡ କରିବାରୁ ଘଟଣାସ୍ଥଳରେ ମାଧବୀ ରାୟ ଓ ବିଶ୍ୱଜିତ ରାୟଙ୍କର ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି।

ଗୁରୁତରମାନଙ୍କୁ କାଲିମେଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ କାଲିମେଳା ପୁଲିସ ପହଞ୍ଚି ଘଟଣାର ଛାନ୍‌ଭିନ୍‌ କରୁଛି । ଅଭିଯୁକ୍ତ ବିଧାନ ମିର୍ଦ୍ଧା ଫେରାର ହୋଇଯାଇଥିଲା ପରେ ସ୍ଥାନୀୟ ଲୋକ ତାକୁ ଧରି ପୁଲିସ ଜିମାରେ ଦେଇଛନ୍ତି। ଏହା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.