Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ବିଦ୍ୟୁତ ସଂସ୍ପର୍ଶରେ ଆସି ମାଆ ଓ ପୁଅ ମୃତ

19/09/2019 at 6:50 PM

ବ୍ରହ୍ମପୁର ୧୯।୦୯- ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାକୁଟଗାଁ ର ମା ଓ ପୁଅ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁ । କୌଣସି କାରଣ ବଶତଃ ନିଜ ଘରେ ପୁଅ ନାରାୟଣ ନାହାକ (୩୬ବର୍ଷ) ବିଦ୍ୟୁତ ସଂସ୍ପର୍ଶରେ ଆସି ଆଘାତ ପାଇବା ପରେ ନିକଟରେ ଥିବା ମା ସଜନୀ ନାହାକଙ୍କର (୫୮ବର୍ଷ ) , ପୁଅକୁ ବଞ୍ଚାଇବାକୁ ଯାଇ ମଧ୍ୟ ମୃତ୍ୟୁ ହୋଇଛି ।


ଗାଁ ଲୋକଙ୍କ ସାହାଯ୍ୟ ରେ ଦୁଇଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ନାରାୟଣ ଜଣେ ଦୈନିକ ଶ୍ରମିକ ଭାବେ କାମକରି ନିଜ ପରିବାରକୁ ପୋଷୁଥିଲା । ବର୍ତ୍ତମାନ ପରିବାର ରେ ବିଧବା ସ୍ତ୍ରୀ ଓ ଛଅ ମାସର ପୁଅ ଟିଏ ଅଛି । ଏହି ଦୁଃଖଦ ଖବର ଜାଣିବା ପରେ ଗାଁ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

   Related Posts