ସାଲେପୁର ୨୧|୪: କଟକ ଚାନ୍ଦବାଲି ରାସ୍ତା ଖରାଖିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ପିକଅପ ଭ୍ୟାନ୍ ସହ ବାଇକର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣେ କଟକ ଜିଲ୍ଲା ମାହାଙ୍ଗା ପୋଡାମରାଇ ଗାଁର ନୃସିଂହ ରାଉତ । ଅନ୍ୟଜଣେ ହେଲେ ମାହାଙ୍ଗା ବାରହିପୁର ଗାଁର ମହେନ୍ଦ୍ର ରାଉତ ।
{"id":105687}ଉଭୟେ ବାଇକ୍ ଯୋଗେ କଟକ ଅଭିମୁଖେ ଯାଉଥିବା ବେଳେ ପିକଅପଟି ଧକ୍କା ଦେବାରୁ ଘଟଣାସ୍ଥଳରେ ମହେନ୍ଦ୍ର ରାଉତଙ୍କ ମୃତ୍ୟୁ ହୋଇଥିଲା ବେଳେ ସାଲେପୁର ମେଡ଼ିକାଲକୁ ଆଣିବା ବାଟରେ ନୃସିଂହ ରାଉତଙ୍କ ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ କଟକ ପଠାଇଛି।