କଳାହାଣ୍ଡିରେ ଟ୍ରକ ମାଡିଯାଇ ୨ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Published By : Prameya-News7 Bureau | July 15, 2019 IST

କଳାହାଣ୍ଡି ୧୫|୭: ରାଜ୍ୟ ରାଜପଥ ୧୬ର ତୁର୍କେଲ ବ୍ରିଜ ଉପରେ ଟ୍ରକ୍ ମାଡି ଯିବାରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବଲାଙ୍ଗୀର ଜିଲ୍ଲାର  ତୁରେକେଲା ଗାଁ  ମଦନ ବେହେରା ଓ ଭାଲୁମୁଣ୍ଡା ଗାଁ ର ଅନିରୁଦ୍ଧ ମେହେର ବୋଲି ଜଣା ପଡିଛି ।

{"id":133936}

ଟ୍ରକ ମାଡିଯିବାପରେ ଉଭୟଙ୍କୁ ତୁରନ୍ତ ଭବାନୀପାଟଣା ସଦର ହସ୍ପିଟାଲକୁ ଅଣାଯାଇଥିଲା । ତେବେ ଏଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି ।

{"id":133937}

 ଦୁର୍ଘଟଣା ଘଟାଇଥିବା   ଟ୍ରକ୍ ଓ ଡ୍ରାଇଭରକୁ କର୍ଲାପଡା ପୋଲିସ ଆଟକ ରଖିଛି । ଅପରପକ୍ଷରେ ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ଶବ ରଖି ରାସ୍ତା ଅବରୋଧ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.