ସାଇକେଲକୁ ଧକ୍କା ଦେଲା ମିନିଟ୍ରକ୍ ; ଦୁର୍ଘଟଣାରେ ୨ମୃତ, ୪ ଆହତ

Published By : Prameya-News7 Bureau | November 29, 2018 IST

କଳାହାଣ୍ଡି ୨୯|୧୧:  କଳାହାଣ୍ଡି ଜିଲ୍ଲା ଜୟପାଟଣା ବାନେର ମଦଭାଟି ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ସାଇକେଲକୁ ଧକ୍କା ଦେବା ପରେ ଓଲଟି ପଡିଲା ମିନି ଟ୍ରକ୍ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ସାଇକେଲ ଆରୋହୀ ବାନେର ଗାଁର ହରି ପୁଞ୍ଚି । ମିନିଟ୍ରକରେ ଥିବା ନାବାଳକର ମଧ୍ୟ ମୃତ୍ୟୁ ହୋଇଛି । ମୃତ ନାବାଳକ ମହେଶ୍ବର ମାଝୀ । ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି । ଜୟପାଟଣା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.