ଘରୋଇ ଆମ୍ବୁଲାନ୍ସ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | April 03, 2019 IST

ବାରିପଦା ୩|୪ : ଘରୋଇ ଆମ୍ବୁଲାନ୍ସ ଧକ୍କାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ବାରିପଦା ସଦରଥାନା ଅନ୍ତର୍ଗତ ଉଠାଣି ନୂଆଗାଁର ହୃଷିକେଶ ସରଘରିଆ ଏବଂ ବିଶିକେଶନ ପୃଷ୍ଟି । ହୃଷିକେଶ ଏବଂ ବିଶିକେଶନ ବାରିପଦା ସ୍ଥିତ ଏକ ଶାଢୀ ଦୋକାନରେ କର୍ମଚାରୀ ଥିଲେ । ଗତକାଲି ଦୋକାନ ବନ୍ଦ ହେବା ପରେ ଦୁହେଁ ନିଜ ଘରକୁ ଫେରୁଥିବା ସମୟରେ ହୋଇଛି ଦୁର୍ଘଟଣା। ବିପରୀତ ପଟୁ ଆସୁଥିବା ଏକ ଘରୋଇ ଆମ୍ବୁଲାନ୍ସ ଆସି ସେମାନଙ୍କୁ ଧକ୍କା ଦେଇଥିବା ଫଳରେ ହୃଷିକେଶଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ଗୁରୁତର ଅବସ୍ଥାରେ ବିଶିକେଶନଙ୍କୁ ବାରିପଦା ସ୍ଥିତ ପିଆରଏମ୍ ମେଡିକାଲକୁ ଅଣା ଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ତେବେ ଦୁର୍ଘଟଣା ଘଟାଇଥିବା ଘରୋଇ ଆମ୍ବୁଲାନ୍ସର କର୍ମଚାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ପରିବାର ଲୋକେ। ଦୁର୍ଘଟଣା ଘଟାଇଥିବା ଆମ୍ବୁଲାନ୍ସକୁ ବାରିପଦା ସଦରଥାନା ପୋଲିସ ଜବତ କରିବା ସହିତ ଡ୍ରାଇଭର ସୁମନ୍ତ କୁମାର ବାରିକକୁ ମଧ୍ୟ ଅଟକ ରଥି ପଚରାଉଚୁରା ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.