Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ ୨୩ ଭୋଟ ଗଣତି ପାଇଁ ଆରମ୍ଭ ହେଲା ୨ ଦିନିଆ ପ୍ରଶିକ୍ଷଣ ଶିବିର, ତ୍ରୁଟିଶୂନ୍ୟ ଗଣତି ଉପରେ ପ୍ରାଧାନ୍ୟ

ଭୁବନେଶ୍ବର ୧୩।୫ :   ମେ ୨୩ ତାରିଖ ଭୋଟ ଗଣତି ପାଇଁ ଆଜିଠୁ ଆରମ୍ଭ ହୋଇଛି ପ୍ରଶିକ୍ଷଣ । କେମିତି ତ୍ରୁଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀମାନଙ୍କୁ ଟ୍ରେନିଂ ଦିଆଯାଉଛି।  ଗୋଟିଏ ହଲରେ ବିଧାନସଭା  ପାଇଁ ୭ଟି ଓ ଲୋକସଭା ପାଇଁ ୭ଟି ଟେବୁଲ ରହିବ । ଗୋଟିଏ ନିର୍ବାଚନ ମଣ୍ଡଳୀରୁ ୫ଟି ବୁଥରୁ ଭିଭିପ୍ୟାଟ ସହ ଇଭିଏମର ଭୋଟ ମେଳକ ହେବ।

ଭୋଟ ଗଣତି ପାଇଁ ମେ ୨୩ରେ ଖୋଲିବ ଷ୍ଟ୍ରଙ୍ଗରୁମ ଏହା ସହ ଖୋଲିବ ଇଭିଏମ ଓ ନେତାଙ୍କ ଭାଗ୍ୟ, ଗଣତି ହେବ ଭୋଟ । ରାଜ୍ୟରେ ପ୍ରଥମ କରି ଭିଭିପ୍ୟାଟ ବ୍ୟବହାର କରାଯାଇଥିବାରୁ କେମିତି ଭୋଟ ଗଣିବେ ଅଧିକାରୀ ସେଥିଲାଗି ଆରମ୍ଭ ହୋଇଛି  ପ୍ରଶିକ୍ଷଣ । ଦୁଇଦିନିଆ ଟ୍ରେନିଂର ପ୍ରଥମ ଦିନରେ ୧୪ଟି  ଜିଲ୍ଲାର ଜିଲ୍ଲାପାଳ ଓ   ବିଧାନସଭା ଏବଂ ଲୋକସଭା ପାଇଁ ୧୧୫ ରିଟର୍ଣ୍ଣିଂ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ଆଜି ଯେଉଁ ରିଟର୍ଣ୍ଣିଂ ଅଫିସର ପ୍ରଶିକ୍ଷଣ ନେଉଛନ୍ତି, ସେମାନେ ୨୦ ତାରିଖ ସୁଦ୍ଧା କାଉଣ୍ଟିଂ ସୁପର ଭାଇଜର ଓ ଅନ୍ୟ ଅଧିକାରୀମାନଙ୍କୁ ଟ୍ରେନିଂ ଦେବେ । ଏକ ସଙ୍ଗରେ ବିଧାନସଭା ଓ ଲୋକସଭା ଭୋଟ ଗଣତି ହେଉଥିବାରୁ ପାଖାପାଖି ୪୦ ରାଉଣ୍ଡ ଯାଏ ଭୋଟ ଗଣତି ହେବ ।

ଯେଉଁ ରିଟର୍ଣ୍ଣିଂ ଅଫିସର  ଦାୟିତ୍ବରେ ଅଛନ୍ତି  ସେମାନେ କିପରି କାଉଣ୍ଟିଂ ସେଣ୍ଟର ପ୍ରସ୍ତୁତ କରିବେ ଏଠାରେ ତାର ଡେମୋ ଦିଆଯାଇଛି।  କାଉଣ୍ଟିଂ ସେଣ୍ଟରକୁ କିପରି ଇଭିଏମ ଆସିବ ଓ କିପରି ଖୋଲାଯିବ ଓ କେଉଁ ପ୍ରକ୍ରିୟାରେ ଭୋଟ ଗଣତି ହେବ ତାହା ଦେଖାଇବାକୁ ପ୍ରଶିକ୍ଷଣକେନ୍ଦ୍ରରେ ଏକ ଡେମୋ ସେଣ୍ଟର କରାଯାଇଛି । ଭୋଟ ସମୟରେ ଭିଭିନ୍ନ ସ୍ଥାନରେ ଇଭିଏମ ଓ ଭିଭିପ୍ୟାଟ ତ୍ରୁଟି ଯୋଗୁ ଭୋଟରେ ବାଧା ଉପୁଜିଥିଲା । ଆଉ ଏବେ କାଉଣ୍ଟିଂ ସମୟରେ ଯେପରି କିଛି ତ୍ରୁଟି କି ଅସୁବିଧା ନ ହୁଏ ସେଥିପ୍ରତି ଗୁରୁତ୍ବ ଦେଇଛନ୍ତି ସିଇଓ ।

121 Views

   ସମ୍ବନ୍ଧିତ ଖବର