Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସିଡିଏମଓଙ୍କୁ ୨୦୨୫ ଭିଜନ ପାଠ ପଢ଼ାଇଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ

19/06/2019 at 5:15 PM

ଭୁବନେଶ୍ବର ୧୯|୬: ସ୍ବାସ୍ଥ୍ୟ ବିଭାଗରେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେବାରେ ବାଧକ ସାଜିଛି ମାନବ ସମ୍ବଳ ଅଭାବ । ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ହେଲେ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସେବା ।   ଡାକ୍ତର ଏବଂ ସ୍ବେଶାଲିଷ୍ଟ ଆଭାବ ହିଁ  ବାଧକ ସାଜୁଛି।  ସିଡିଏମଓ ସମ୍ମିଳନୀ​‌ରେ  ଉଭୟ   ଜିଲ୍ଲାପାଳ  ଓ  ସିଡିଏମଓ ମାନେ ଆଲୋଚନା ସମସୟରେ ଏକଥା ଉଠାଇଛନ୍ତି । ମାନବ ସମ୍ବଳ ଅଭାବ ସତ୍ବେ ଏନଏଚଏମ ଅଧିନରେ ଆସୁଥିବା ବିଭିନ୍ନ ଯୋଜନe କାର୍ଯ୍ୟକାରିତାରେ ଆଶାତୀତ ସଫଳାତା ମିଳିଛି ବୋଲି ମଧ୍ୟ ସିଡିଏମଓମାନେ ବଖାଣିଛନ୍ତି।

ସ୍ବାସ୍ଥ୍ୟ ବିଭାଗରେ ପ୍ରଣୟନ ହେଉଛି ଯୋଜନା​‌ ପରେ ଯୋଜନା।  ଲୋକଙ୍କୁ ମଗଣା ସ୍ବସ୍ଥ୍ୟ ସେବା ଯୋଗାଇବା​ ହେଉଛି ଯୋଜାନ କିନ୍ତୁ କାମରେ ଆସୁନି। କାରଣ‌ ମାନବ ସମ୍ବଳ ନାହିଁ। ଆଜି ଏକଥା ଖୁଲାସା କରିଛନ୍ତି  ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦେଶକ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା, ନରାମୟ ଯୋଜନା, ନିଦାନ  ତାପରେ ପୁଣି ଏନଏଚଏମ ଅଧୀନରେ ଟୀକାକରଣ ଠାରୁ ମ୍ୟାଲେରିଆ ନିରାକରଣ  ଏହିପରି ଡଜେନରୁ ଅଧିକ ଯୋଜନା ରହିଛି। କିନ୍ତୁ ଏହାକୁ କାର୍ଯ୍ୟକାରୀ କରିବାକୁ ସ୍ପେଶାଲିଷ୍ଟ ଏବଂ ଡାକ୍ତରଙ୍କ ନାହାନ୍ତି । ତେଣୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାରେ ବାଧକ ସାଜିଛି ମାନବ ସମ୍ବଳ। ସିଡିଏମଓ ସମ୍ମିଳନୀରେ ଉଭୟ ଜିଲ୍ଲାପାଳର ଏବଂ ସିଡିଏମଓ ମାନେ ଏକାଥା ଉଠାଇଛନ୍ତି।

ମାନବ ସମ୍ବଳ ଆଭାବ ପାଇଁ ଯୋଜନା କାର୍ଯ୍ୟକାରୀ ହେବା​‌ରେ କାଠକର ପାଠ ହେଉଛି କିନ୍ତୁ ମନ୍ତ୍ରୀ ସିଡିଏମଓ ମାନଙ୍କୁ ୨୦୨୫ ଭିଜନ ପାଠ ପାଢ଼ାଇଛନ୍ତି।  ସାଧରଣ ଲୋକଙ୍କୁ ମଗଣା ଚିକିତ୍ସା ଯୋଗାଇବା ପାଇଁ ଶହେ ଦିନିଆ ଖସଡା ପ୍ରସ୍ତୁତ କରିଯିବ । ଏନେଇ ସିଡିଏମଓ ମାନଙ୍କ ପରାର୍ମଶ ମାଗିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ। ଏପଟେ ଡାକ୍ତର ନିଯୁକ୍ତି ପାଇଁ ନୁଆ ପଲିସି ଆସିବ। ବଦଳି ପାଇଁ ମେଡିକାଲ କଲେଜ ସ୍ତରରେ ପରାର୍ମଶଦାତା କମିଟି ଗଠନ ହେବ।  ନୂଆ ଡାକ୍ତର ସୃଷ୍ଟି କରାଯିବା ସହ  ଡାକ୍ତର ଆଭାବ ପୂରଣ କରାଯିବ ସେ ନେଇ ଉଦ୍ୟମ ଜାରି ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

ଆଜି ସିଡିଏମଓ ସମ୍ମିଳନୀରେ  ଏନଏଚ ଏମରେ ଅଧୀନ​‌ରେ ଚାଲୁ ରହିଥିବା​‌ ଯୋଜନାର କାର୍ଯ୍ୟକାରୀତା  ନେଇ ଆଲୋଚନା ହୋଇଥିଲା । ଏପରିକି ଜଲ୍ଲାପାଳମାନଙ୍କ ସହିତ ମଧ୍ୟ ଏହି ଯୋଜନା ନେଇ କଣ ସମସ୍ୟା ରହିଛି ସେ ନେଇ ଆଲୋଚନା ହୋଇଛି।  ଏତେ ଅଭାବ ସତ୍ବେ ମ୍ୟାଲେରିଆ ନିରାକରଣ, ଟୀକାକରଣ, ଟିବି, ଶିଶୁମୃତ୍ୟୁହାର କମାଇବା  ଭଳି  ଯୋଜାନରେ ଭଲ କାର୍ଯ୍ୟକାରୀ ହୋଇଛି। 

   Related Posts