Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୨ ଦିନିଆ ବୈଠକ ମଙ୍ଗଳବାର, କରୋନା ମୁକାବିଲା ରଣନୀତିରେ ହୋଇପାରେ ବଡ଼ ପରିବର୍ତ୍ତନ

15/06/2020 at 4:53 PM

ନୂଆଦିଲ୍ଲୀ ୧୫।୬:  କରୋନା ଭାଇରସ୍ ସଂକ୍ରମଣକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇ ଦିନିଆ ବୈଠକ ଜୁନ ୧୬ ଓ ୧୭ ତାରିଖରେ ଅନୁଷ୍ଠିତ ହେବ। ଭିଡିଓ କନଫରେନସିଂ  ଜରିଆରେ  ଏହି ବୈଠକ ହେବାକୁ ଥିବା ବେଳେ କରୋନା ସଂକ୍ରମଣ ହାର ଓ ରାଜ୍ୟମାନଙ୍କର ଭୌଗଳିକ ଅବସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ୨ଟି ଭାଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିପାରନ୍ତି ବୋଲି ଜଣାପଡିଛି।  

ଏଥିରେ ପ୍ରଧାନମନ୍ତ୍ରୀ ମଙ୍ଗଳବାର ହାରାହାରୀ ୫ ପ୍ରତିଶତ ଆକ୍ଟିଭ କେସ୍ ଥିବା ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କର ମୁଖ୍ୟ ଏବଂ ଶୀର୍ଷ ଅଧିକାରୀଙ୍କ ସହ ଆଲୋଚନା କରିବାକୁ ଥିବା ବେଳେ ବୁଧବାର ସଂକ୍ରମଣ ବଢୁଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି ଅନୁମାନ କରାଯାଉଛି। ଦ୍ୱିତୀୟ ପର୍ଯ୍ୟାୟରେ ଆଲୋଚନା କରିବାକୁ ଥିବା ରାଜ୍ୟମାନେ କରୋନା ସଂକ୍ରମଣର ଦୋହରା ଶିକାର ହୋଇଛନ୍ତି। ଏଠାରେ ପ୍ରଥମ ପର୍ଯ୍ୟାୟ ସଂକ୍ରମଣ ଥମିବା ପରେ ପ୍ରବାସୀ ଶ୍ରମିକଙ୍କ ପ୍ରତ୍ୟାବର୍ତ୍ତନ ପରିସ୍ଥିତିକୁ ଅଣାୟତ୍ତ କରିଦେଇଛି।

ଏଣୁ ବୈଠକରେ ପ୍ରଧାନମନ୍ତ୍ରୀ ଜୁନ୍‌ ଶେଷ ସୁଧା ଟେଷ୍ଟିଂ ନମ୍ବର ବଢାଇବାକୁ ପରାମର୍ଶ ଦେବା ସହ କଣ୍ଟେନମେଣ୍ଟ ଜୋନରେ ଡୋର ଟୁ ଡୋର ଟେଷ୍ଟିଂ ଲାଗି ମଧ୍ୟ କହିପାରନ୍ତି। ଦେଶରେ ସରକାର ଅନଲକ୍ ୧ ଆରମ୍ଭ କରିସାରିଛନ୍ତି। ଏଣୁ ପରିସ୍ଥିତିକୁ ଆୟତ୍ତ କରିବା ଲାଗି ରାଜ୍ୟମାନଙ୍କୁ ନିଷ୍ପତ୍ତି ନେବାର ପୂର୍ଣ୍ଣ ଅଧିକାର ମଧ୍ୟ ଦିଆଯାଇପାରେ। ସେହିପରି ମୁଖ୍ୟମନ୍ତ୍ରୀମାନଙ୍କୁ କମନ ଷ୍ଟ୍ରାଟେଜି ଲାଗି ପ୍ରଧାନମନ୍ତ୍ରୀ ପରାମର୍ଶ ମଧ୍ୟ ଲୋଡିପାରନ୍ତି। ଦେଶରେ ରିକୋଭରି ହାର ୫୦ ପ୍ରତିଶତରେ ପହଞ୍ଚିଥିବା ରବିବାର ସୂଚନା ମିଳିଛି। ତେବେ ହେଲଥ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ଉପରେ ପଡୁଥିବା ବୋଝ ଏବେ ଚିନ୍ତାର କାରଣ ପାଲଟିଛି। ଏଣୁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ସଂକ୍ରମଣ ନିୟନ୍ତ୍ରଣ ଲାଗି ବଡ ନିଷ୍ପତ୍ତି ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଯେଉଁଥିରେ ଲକଡାଉନ୍‌ ସମ୍ପ୍ରସାରଣର ମଧ୍ୟ ଅନୁମାନ ରହିଛି।  

   Related Posts