ବ୍ୟାଙ୍କ ବନ୍ଦ ; ୨ପ୍ରତିଶତ ଦରମା ବୃଦ୍ଧି ପ୍ରତିବାଦରେ ଧର୍ମଘଟ

Published By : Prameya-News7 Bureau | May 30, 2018 IST

କାରବାର ବନ୍ଦ କରି ଧାରଣାରେ ବ୍ୟାଙ୍କ୍ କର୍ମଚାରୀ । ବ୍ୟାଙ୍କ ଫାଟକ ଆଗରେ କର୍ମଚାରୀଙ୍କ ନାରାବାଜି । ୨ ପ୍ରତିଶତ ଦରମା ବୃଦ୍ଧିକୁ ପ୍ରତ୍ୟାଖାନ କରି ୪୮ ଘଣ୍ଟିଆ ଧର୍ମଘଟକୁ ଓହ୍ଲାଇଛି ୟୁନାଇଟେଡ ଫୋରମ୍ ଅଫ୍ ବ୍ୟାଙ୍କ୍ ୟୁନିୟନସ୍ । ଦେଶର ସବୁ ବ୍ୟାଙ୍କ୍ ଆଗରେ ଆଜି ଏହି ଚିତ୍ର । ଭୁବନେଶ୍ବରରେ ଆରବିଆଇ, ଷ୍ଟେଟ୍ ବ୍ୟାଙ୍କର ମୁଖ୍ୟ ଶାଖା, ୟୁକୋ ବ୍ୟାଙ୍କର ମୁଖ୍ୟ ଶାଖା ସମେତ ଅଧିକାଂଶ ବ୍ୟାଙ୍କରେ ଧାରଣାରେ ବସିଥିଲେ କର୍ମଚାରୀ । ୨ ପ୍ରତିଶତ ନୁହେଁ, କମ୍ ସେ କମ୍ ୧୫ ପ୍ରତିଶତ ଦରମା ବଢାଇବାକୁ ଦାବି କରିଥିଲେ । ସେପଟେ ବ୍ୟାଙ୍କ କର୍ମଚାରୀଙ୍କ ଧାରଣା ନାକେଦମ କରିଛି ଗ୍ରାହକଙ୍କୁ । ଆର୍ଥିକ ଦେଣନେଣରେ ସମସ୍ୟା ଯୋଗୁଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ଲୋକେ । ଅନ୍ଲାଇନ ବ୍ୟାଙ୍କିକ ଓ ଏଟିଏମ ସାଜିଛି ଭରସା । କିନ୍ତୁ ଦିନ ୧୨ଟା ସୁଦ୍ଧା ଅଧିଂକାଶ ଏଟିଏମ ଖାଲି ହୋଇଯାଇଥିଲା । ଏଟିଏମ କର୍ମଚାରୀ ବି ଧର୍ମଘଟରେ ସାମିଲ ହୋଇଥିବାରୁ ପରିସ୍ଥିତି ଆଗକୁ ଅଣାୟତ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି । ତେବେ କିଛି ବ୍ୟାଙ୍କ ଏଟିଏମ ଉଠାଣ ଲିମିଟକୁ ଷ୍ଟ୍ରାଇକ ସମୟରେ କମାଇ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.