Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୩୪୮୬ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୫୪୧ ଡିସଚାର୍ଜ
  • ||
  • ମିଶନ କାଶ୍ମୀର ଉପରେ ୧୪ ନେତାଙ୍କ ସହ ପିଏମ ମୋଦୀଙ୍କ ମହାବୈଠକ ଶେଷ
  • ||
  • ବରି​‌ଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ
  • ||
  • ଦ୍ବାଦଶ ଶ୍ରେଣୀ ପରୀକ୍ଷା: ୩୧ ଜୁଲାଇ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବାକୁ ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ରାଇରଙ୍ଗପୁର : ଅଣ୍ଡା ବଣ୍ଟନରେ ପାତର ଅନ୍ତର, ଅଭିଯୋଗ କଲେ ନାଁ କାଟିଦେବାକୁ ଅଙ୍ଗନବାଡି ଦିଦି ଦେଉଛନ୍ତି ଧମକ
  • ||
  • ସାଲେପୁର : ନଦୀ ପଠାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ
  • ||
  • ଆଜି ୧୦ ଜିଲ୍ଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ୨୭ ଯାଏଁ ଛେଚିବ
  • ||
  • ହ୍ରାସ ପରେ ପୁଣି ବଢୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୬୫୦ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଆସନ୍ତାକାଲି ଠାରୁ ୨ ଦିନ ବନ୍ଦ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଟ୍ରେଡ ୟୁନିଅନ : ବିଜେଡି ସମର୍ଥନ କରିଥିବାରୁ ଓଡ଼ିଶାରେ ପଡିପାରେ ବ୍ୟାପକ ପ୍ରଭାବ

7/01/2019 at 5:48 PM

ଭୁବନେଶ୍ବର୭|୨: ଆସନ୍ତାକାଲି ଠାରୁ ୨ ଦିନ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିଅନଗୁଡ଼ିକ। ତେବେ ଏହାକୁ ବାମ ସମର୍ଥିତ କୃଷକ ସଂଘ ଏବଂ ଓଡ଼ିଶାରେ ବିଜେଡି ସମର୍ଥନ କରିଥିବାରୁ ଓଡ଼ିଶାରେ ଏହାର ବ୍ୟାପକ ପ୍ରଭାବ ଅନୁଭୂତ ହୋଇପାରେ। ସେପଟେ ବିଜେପି ଏହି ପ୍ରସଙ୍ଗରେ ବିଜେପି ରଖିଛି ଉତ୍ତର

୨ ଦିନ ବନ୍ଦ। ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ ୟୁନିୟନ କିନ୍ତୁ ସମର୍ଥନ କରୁଛନ୍ତି ଅଧିକାଂଶ କର୍ମଚାରୀ ଏବଂ ଶ୍ରମିକ ସଂଗଠନ। ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଟୁ, ଏଆଇୟୁଟିୟୁସି ଆଦି ୧୦ ସଂଗଠନ ମିଳିତ ଭାବେ ବନ୍ଦ ଡାକରା ଦେଇଛନ୍ତି। ଯାହାକୁ ସମର୍ଥନ କରୁଛନ୍ତି ବ୍ୟାଙ୍କ, ଇନସୁରାନ୍‌ସ. ଟେଲିକମ, ବନ୍ଦର ଓ ପରିବହନ ଭଳି କର୍ମଚାରୀ ସଂଗଗୁଡ଼ିକ, ତେଣୁ ବ୍ୟାଙ୍କ ସମେତ ସରକାରୀ କାର୍ଯ୍ୟାଳୟ ସମେତ ଓ ପରିବହନ ସେବା ବିଶେଷ ଭାବେ ପ୍ରଭାବିତ ହେବ। କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଟ୍ରେଡ ୟୁନିୟନ ସଂଶୋଧନ ବିଲ୍‌ ୨୦୧୮ ବିରୋଧରେ ହିଁ ସିଟୁ ସମେତ ଟ୍ରେଡ ୟୁନିଅନଗୁଡ଼ିକ ବନ୍ଦ ଡାକରା ଦେଇଛନ୍ତି। ସେହିପରି ମେକ୍‌ ଇଣ୍ଡିଆ ନାଁରେ କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକୁ ଅନୁକମ୍ପା ଦେଖାଉଛନ୍ତି। ଏଥିରେ ସରକାରୀ ସଂସ୍ଥା ଓ କମ୍ପାନିଗୁ଼ଡ଼ିକର କର୍ମଚାରୀ ପ୍ରଭାବିତ ହେବାକୁ ଯାଉଛନ୍ତି। ସେହିପରି ପ୍ରତିରକ୍ଷା କ୍ଷେତ୍ରରେ ସରକାରଙ୍କ ବିଦେଶୀ କମ୍ପାନିକୁ ଅନୁଗ୍ରହ ଦେଖାଉଥିବା ମଧ୍ୟ ଅଭିଯୋଗ କରିଛନ୍ତି। ଭାରତୀୟ ମଜଦୂର ସଂଘ ଓଡ଼ିଶା ନିଜକୁ ଏହି ବନ୍ଦର ଠାରୁ ଦୂରେଇ ରଖିଛି

ବନ୍ଦର ପ୍ରଭାବ ଓଡ଼ିଶାରେ ବ୍ୟାପକ ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ।  ବିଜୁ ଶ୍ରମିକ ସାମ୍ମୁଖ୍ୟ ବନ୍ଦକୁ ସହଯୋଗ କରିବ । ବନ୍ଦକୁ ରାଜ୍ୟ କଂଗ୍ରେସ ବି ସହଯୋଗ କରିବ ବୋଲି  କଂଗ୍ରେସ ମୁଖପାତ୍ର କହିଛନ୍ତି ।

ସେପଟେ ବନ୍ଦକୁ ଦୃଷ୍ଟିରେ ରଖି ରାଜ୍ୟରେ ପୋଲିସ ବିଶେଷ ଭାବେ ସତର୍କ ହୋଇପଡ଼ିଛି। ଯେଭଳି କୌଣସି ହିଂସାକାଣ୍ଡ ନ ଘଟେ, ଏବଂ ଅତ୍ୟାବଶ୍ୟକ ସେବା ପ୍ରଭାବିତ ନ ହୁଏ ତା ଉପରେ ଦୃଷ୍ଟି ରଖିଛି ପୋଲିସ। ଏଥିପାଇଁ କେବଳ ରାଜଧାନୀରେ ୨୫ ପ୍ଲାଟୁନ ଫୋର୍ସ ମୁତୟନ ରହିବେ।

ବନ୍ଦକୁ ଗ୍ରାମାଞ୍ଚଳରେ ପ୍ରଭାବିତ କରିବା ଲାଗି କୃଷକ ସଂଗଠନଗୁଡ଼ିକ ସକ୍ରିୟ ରହିବେ। ତେଣୁ ଗାଁରୁ ସହର ବନ୍ଦର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

   Related Posts