Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଆଇଟିଇଆର ପରିସରରେ ଶକ୍ତି , ପରିବେଶ ପ୍ରଦୂଷଣ ଏବଂ ସ୍ବାସ୍ଥ୍ୟ ବିଜ୍ଞାନ ସମ୍ପର୍କିତ ୨ଦିନିଆ ଜାତୀୟ କର୍ମଶାଳା ଆରମ୍ଭ

18/10/2019 at 5:47 PM

ଭୁବନେଶ୍ବର୧୮|୧୦: ଭୁବନେଶ୍ବରର ଆଇଟିଇଆର ପରିସରରେ  ଆରମ୍ଭ ହୋଇଛି ଜାତୀୟ ରିସେଣ୍ଟ ଆଡଭାନସ  ଅନ୍ ଏନର୍ଜି, ଏନଭାଇରନମେଣ୍ଟ ଆଣ୍ଡ ହେଲଥ ସାଇନସ୍ ଅଧିବେଶନ । ଏଥିରେ ଦେଶର ବହୁ ଗବେଷକ, ବୈଜ୍ଞାନିକ, ଗବେଷଣାରତ କେମେଷ୍ଟ୍ରୀ ଛାତ୍ର ଛାତ୍ରୀ ଯୋଗ ଦେଇଛନ୍ତି । ଆଇଟିଇଆରର କେମେଷ୍ଟ୍ରୀ ବିଭାଗ ଆୟୋଜନ କରିଥିବା ଏହି ଅଧିବେଶନର ମୂଳ ଲକ୍ଷ ହେଉଛି ପ୍ରଦୂଷଣ ମୁକ୍ତ ପରିବେଶ ତିଆରି କରିବା ସହ ନିରୋଗ ଜୀବନ ଯାପନ କରିବା ।

ଗୋଟିଏ ମଞ୍ଚରେ ଗବେଷକ, ଡାକ୍ତର, ବୈଜ୍ଞାନିକ, ଗବେଷଣା ରତ କେମେଷ୍ଟ୍ରୀ ଛାତ୍ର ଛାତ୍ରୀ । ଅବସର ହେଉଛି ଭୁବନେଶ୍ବରର ଇନଷ୍ଟିଚ୍ୟୁଉଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ପରିସରରେ ଚାଲିଥିବା ଜାତୀୟ ରିସେଣ୍ଟ ଆଡଭାନସ  ଅନ୍ ଏନର୍ଜି, ଏନଭାଇରନମେଣ୍ଟ ଆଣ୍ଡ ହେଲଥ ସାଇନସ୍ ଅଧିବେଶନର । ଆଇଟିଇଆରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନର ମୁଖ୍ୟ ଉଦେଶ୍ୟ ହେଉଛି ବର୍ତମାନ ଦୁନିଆରେ ବିଭିନ୍ନ ସ୍ତରରେ ବଢୁଥିବା ପ୍ରଦୂଷଣ ଯୋଗୁ ହେଉଥିବା ସମସ୍ୟା ବିଷୟରେ ଆଲୋଚନା କରି ଏହାର ପ୍ରତିକାର ଦିଗରେ କାମ କରିବା । ଏହା ସହ ଉପରେ ଗବେଷଣାତ୍ମକ ଲେଖା ପ୍ରସ୍ତୁତ କରି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସେହି ଲେଖା ପ୍ରଦାନ କରିବା । ଏହି ଦୁଇ ଦିନ ଭିତରେ ଦେଶର ଆଇଆଇଟି, ଏନଆଇଟି, ନାଇଜର, ଡ଼ିମଡ଼୍ ଟୁ ବି ୟୁନିଭରସିଟିର ରିସର୍ଚ ସ୍କଲାର ଓ ଫାକଲଟି ଏବଂ ବୈଜ୍ଞାନିକ ମାନେ ଅଂଶଗ୍ରହଣ କରିଛନ୍ତି ।

ବିଶେଷଜ୍ଞଙ୍କ ମତରେ ଜଳ, ସ୍ଥଳ ଓ ଆକାଶରେ ହେଉଥିବା ପ୍ରଦୂଷଣ ପ୍ରଭାବ ସିଧାସଳଖ ମଣିଷ ଉପରେ ହିଁ ପଡେ । ତେଣୁ ପ୍ରଦୂଷଣକୁ ରେ।କାଯିବା କ୍ଷେତ୍ରରେ  ରସାୟନ ବିଭାଗର ସାହାଯ୍ୟ ନିହାତି ଦରକାର । ମଣିଷର ସବୁ ଆବଶ୍ୟକତା ପୂରଣ କରିବା ସହିତ ପରିବେଶକୁ ମଧ୍ୟ ସୁରକ୍ଷିତ ଓ ସନ୍ତୁଳନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ ଅଧିବେଶନରେ ଯୋଗଦେଇଥିବା ଅତିଥୀ ।

ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନରେ ଆଜି ତିନେ।ଟି ଟେକନିକାଲ ସେସନ, ଗେ।ଟିଏ ପେ।ଷ୍ଟର ଉପସ୍ଥାପନ ହେ।ଇଥିଲା ।

   Related Posts