ସୋଆରେ ୨ ଦିନିଆ ଅନ୍ତର୍ଜାତୀୟ ମେକାନିକାଲ୍ ଇଞ୍ଜିନିୟରିଂ ସମ୍ମିଳନୀ

Published By : Prameya-News7 Bureau | September 26, 2021 IST

ଭୁବନେଶ୍ୱର ୨୬/ ୦୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ଏ ଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍)ରେ ଦୁଇ ଦିନିଆ ଅନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏହି ସମ୍ମିଳନୀରେ ଆଲ୍ଲେଖ୍ୟ ଶୀର୍ଷକ ଥିଲା “ ରିସେଂଟ ଆଡଭାନ୍ସେସ୍ ଇନ୍ ମେକାନିକାଲ୍ ଇଞ୍ଜିନିୟରିଂ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟର । ଏଥିରେ ୧୦୦ ରୁ ଉର୍ଦ୍ଧ୍ୱ ଏକାଡେମିକ୍, ରିସର୍ଚ୍ଚ ସ୍କଲାର୍ସ ଏବଂ ଶିଳ୍ପ ପ୍ରତିନିଧି ଅଂଶଗ୍ରହଣ କରିଥିଲେ ।

ଶନିବାର ଦିନ ଶେଷ ହୋଇଥିବା ଏହି ସମ୍ମିଳନୀ ନୂତନ ସାମଗ୍ରୀ ଏବଂ ଏହାର ବ୍ୟବହାର ସହିତ ଥର୍ମାଲ୍ ଇଞ୍ଜିନିୟରିଂ, ଡିଜାଇନ୍ ଏବଂ ମାନୁଫ୍ୟାକ୍ଚରିଂ ଇଞ୍ଜିନିୟରିଂ, ଇଣ୍ଡଷ୍ଟ୍ରିଆଲ୍ ଇଞ୍ଜିନିୟରିଂ ଏବଂ ରିନ୍ୟୁଆଲ୍ ଏନର୍ଜି ରିସର୍ଚ୍ଚ ସହିତ ବିଭିନ୍ନ ବିଷୟ ଉପରେ ଆଲୋଚନା କରିବା ଓ ଏକାଡେମୀ ଏବଂ ଶିଳ୍ପକୁ ଏକତ୍ରିତ କରିବା ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଏହି ସମ୍ମିଳନୀର କନଭେୟର ଡ. ପ୍ରେମାନନ୍ଦ ପ୍ରଧାନ କହିଛନ୍ତି ।

ଆମେ ବିଶ୍ୱର ବିଭିନ୍ନ ଦେଶରୁ ୧୫୬ ଟି ଗୁଣାତ୍ମକ ଗବେଷଣା ସନ୍ଦର୍ଭ ପାଇବା ସହିତ ସେଥିରୁ ୧୦୫ଟି କୁ ଉପସ୍ଥାପନା ଓ ଉତମ ପ୍ରକାଶନ ପାଇଁ ଗ୍ରହଣ କରିଛୁ ବୋଲି ଡ. ପ୍ରଧାନ କହିଛନ୍ତି । ଆମେରିକାର ଭର୍ଜିନିଆ ଟେକର ପ୍ରଫେସର ଡେଭିସ୍ ସ୍କଟ୍ ସିଙ୍କ ମୁଖ୍ୟ ବକ୍ତାଭାବେ ଏହି ସମ୍ମିଳନୀ ଯୋଗ ଦେବା ସହିତ ଲାର୍ଜ ସ୍କେଲ୍ ଏଂଟରପ୍ରାଇଜେସ୍ ଟ୍ରାନ୍ସଫର୍ମେସନ୍ ଏବଂ ଶିଳ୍ପାୟନରେ ପୋଷ୍ଟ ପାଣ୍ଡାମିକ୍ ପରିସ୍ଥିତିରେ ଯୁବପୀଢ଼ି କିପରି ନିଜର ଦକ୍ଷତା ବିକାଶ କରିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ ।

ଆମେରିକାର ପିଟ୍ସବର୍ଗ ୟୁନିଭର୍ସିଟିର ପ୍ରଫେସର ବୋପାୟା ବିଡାଣ୍ଡା ଅନିଶ୍ଚିତତା ଏବଂ ବିଭ୍ରାନ୍ତିକର ଅବସ୍ଥାରେ କର୍ପୋରେଟ୍ ସ୍ଥିରତା କିପରି ବଜାୟ ରହିପାରିବ ସେ ନେଇ ଏହି ସମ୍ମିଳନୀରେ ଆଲୋଚନା କରିଥିଲେ । ଏହି ସମ୍ମିଳନୀର ଉଦଘାଟନୀ ଅଧିବେଶନରେ ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର, ସୋଆ ପ୍ରୋ- ଭାଇସ୍ ଚ୍ୟାନ୍ସେଲର ପ୍ରଫେସର ପି.କେ. ନନ୍ଦ, ସୋଆର ମୁଖ୍ୟ ପରାମର୍ଶଦାତା ପ୍ରଫେସର ଆର୍. ପି. ମହାନ୍ତି ଓ ବ୍ଲୁ ଡୋମ୍ ଇଂଟେଲିଜେନ୍ସର ନିର୍ଦ୍ଦେଶକ ଡ. ଅମୀୟ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ ।

ନରୱେର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ୟୁନିଭର୍ସିଟିର ପ୍ରଫେସର ଏ. ରୋଲଡଷ୍ଟାଡାସ୍, ଆର୍ୟଲାଣ୍ଡର ଆଇରିସ୍ଏ କାଡେମୀ ଅଫ୍ ଇଞ୍ଜିନିୟରିଂର ପ୍ରଫେସର ଜିମ୍ ବ୍ରାଉନ, ଭାବା ଆଟୋମିକ୍ ରିସର୍ଚ୍ଚ ସେଂଟରର ଡ. ଦିବାନିକ ରାୟ, ଅରୁଣାଂଚଳ ପ୍ରଦେଶ ନିଟ୍ର ନିର୍ଦ୍ଦେଶକ ଡ. ପିଙ୍କେଶ୍ୱର ମହନ୍ତ, ଇସ୍ରୋର ଶ୍ରୀ ଶ୍ରୀଧର ପାଣିଗ୍ରାହୀ ଏବଂ ସିଏସ୍ଆଇଆର୍ ନ୍ୟାସ୍ନାଲ୍ ଏରୋସ୍ପେସ୍ ଲାବୋରେଟୋରିସ୍ର ଡ. ପ୍ରଦୀପ କୁମାର ସାହୁ ଅନ୍ୟ ନିମନ୍ତ୍ରିତ ବକ୍ତାମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.