ହଜିଗଲା ମାନବିକତା : ଶାଶୁଙ୍କୁ ପିଟିଲେ ଦୁଇ ବୋହୂ, ନ୍ୟାୟ ପାଇଁ ଶାଶୁ ଥାନାର ଦ୍ବାରସ୍ଥ

Published By : Prameya-News7 Bureau | December 24, 2019 IST

ଢ଼େଙ୍କାନାଳ ୨୪/୧୨:  ହଜିଗଲା ମାନବିକତା । ଯେଉଁ ସମୟରେ ବୃଦ୍ଧା ଶାଶୁ ଖୋଜିଥାଏ ଟିକେ ସାହାରା ସେହି ସମୟରେ ପାଉଛି ମାଡ ଆଉ ଗାଳି ।

{"id":201814,"sizeSlug":"large"}

ଏପରି ଏକ ଘଟଣା ଘଟିଯାଇଛି ଢେଙ୍କାନାଳ ଜିଲ୍ଲା ଭୁବନ ଲତାବିଲ ଗ୍ରାମରେ । ଦୁଇ ବୋହୁ ଡଲି ଆଉ ମୀରା । ଅକଥନୀୟ ଯନ୍ତ୍ରଣା ଦେଇଛନ୍ତି ଶାଶୁ ମୁକୁତା ନାୟକକୁ(୭୫) । ସ୍ବାମୀ ନରହରି ନାୟକଙ୍କ ୩୦ ବର୍ଷ ପୂର୍ବେ ଦେହାନ୍ତ ହେବାପରେ  ମାଆ ମୁକୁତା କାଠ ବିକ୍ରି କରି ପିଲାମାନଙ୍କୁ ଛୋଟରୁ ବଡ କରିଥିଲା । ସ୍ବପ୍ନ ଦେଖିଥିଲା ପୁଅମାନେ ସାହାରା ହେବେ । କିନ୍ତୁ ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା । ଦୁଇ ବୋହୁ ଶାଶୁକୁ ମାଡ ଗାଳି ଦେବା ସମୟରେ ଦୁଇ ପୁଅ ସାଜନ୍ତି ଅନ୍ଧ ଧ୍ରୁତରାଷ୍ଟ୍ର ।ରକ୍ତ ଯୁଡୁବୁଡୁ ଅବସ୍ଥାରେ ଶାଶୁ ମୁକୁତା ନ୍ୟାୟ ପାଇଁ ଭୁବନ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏ ନେଇ ଭୁବନ ଥାନାରେ ଅଭିଯୋଗ ପରେ ତଦନ୍ତ ଚଳାଇଛନ୍ତି ଥାନାଧିକାରୀଣୀ ନିର୍ମଳା ଗୋଛ୍ଛାୟତ ।

{"id":201815,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.