ଡକାୟତଙ୍କୁ ଧରି ଛେଚିଲେ ଗ୍ରାମବାସୀ

Published By : Prameya-News7 Bureau | August 19, 2018 IST

ନୟାଗଡ଼ ୧୯/୮ : ଦୁଇ ଡାକୟତଙ୍କୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସ ଜିମା ଦଲେ ଗ୍ରାମବାସୀ । ଗତକାଲି ରାତିରେ ଦଶପଲ୍ଲା ଥାନା ପଙ୍କାଳସାହି ନିକଟରେ ଜଣେ ଟ୍ରାକ୍ଟର ଡ୍ରାଇଭରକୁ ବନ୍ଧୁକ ଦେଖାଇ ୪ ଦୁର୍ବୃତ୍ତ ମାଡମାରିବା ସହ ୩୭୦୦ ଟଙ୍କା ଲୁଟି ନେଇଥିଲେ । ଡ୍ରାଇଭର ଜଣକ ଗାଡିରେ ଖାଲମଡାରୁ ଚିପ୍ସ ଲୋଡ୍ କରି ଆସୁଥିବାବଳେ ଏହି ଘଟଣା ଘଟିଥିଲା । ପରେ ଗ୍ରାମାବାସୀମାନେ ଖବର ପାଇ ଡକାୟତଙ୍କ ପିଛା କରିଥିଲେ । ଗଁ।ଠାରୁ କିଛି ଦୁରରେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗ୍ରାମବାସୀ ଧରିଥିବାବଳେ ଅନ୍ୟ ଦୁଇଜଣ ଖସିଯାଇଥିଲେ । ପରେ ଗ୍ରାମବାସୀ ଦୁଇଜଣଙ୍କୁ ଦଉଡିରେ ବାନ୍ଧି ନିସ୍ତୁକମାଡ ଦେଇଥିବା ଜଣାପଡିଛି । ପରେ ଖବରପାଇ ଦଶପଲ୍ଲା ପୋଲିସ ଦୁଇଜଣଙ୍କୁ ଆଣି ଥାନାରେ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି । ଅଟକ ଦୁଇଜଣ ଦଶପଲ୍ଲା ଅଞ୍ଚଳର ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.