ନୀଳଗିରିରେ ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର

Published By : Prameya-News7 Bureau | November 07, 2018 IST

ନୀଳଗିରି ୭/୧୧ : ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଆଜି ସକାଳେ ଦୁଇଟି ସ୍ଥାନରେ ଭାଲୁ ଆକ୍ରମଣରେ ଦୁଇଜଣ ଗୁରୁତର ହୋଇଛନ୍ତି । ମିତ୍ରପୁର ଅଂଚଳର ଚଣ୍ଡୀପୁର ଗ୍ରାମର ପ୍ରସନ୍ନ ଦାସଙ୍କ ପୁଅ ସୁମନ ଘର ପାଖ ରାସ୍ତାରେ ଯାଉଥିବାବେଳେ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ପିଠି, ପିଚା, ହାତରେ ଗଭୀର କ୍ଷତ ଲାଗିଛି । ସେହିପରି ଗୋପୀନାଥପୁର ଅଂଚଳର ସାଇଡିଂସାହି ଗ୍ରାମର କୁଅଁର ବେଶ୍ରାଙ୍କ ସ୍ତ୍ରୀ ବାରି ବେଶ୍ରା ଘର ପାଖରେ ଥିବାବେଳେ ଏକ ଭାଲୁ ଜଙ୍ଗଲକୁ ଫେରିବାବେଳେ ଆକ୍ରମଣ କରିଥିଲା । ତାଙ୍କ ପିଚାରେ ଗଭୀର ଆଘାତ ଲାଗିଛି । ଗୁରୁତର ଦୁଇଜଣ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.