ଡ୍ରେନ ଖୋଳା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ଗୁରୁତର

Published By : Prameya-News7 Bureau | August 25, 2018 IST

ବାରଙ୍ଗ ୨୫/୮ : ଭୁବନେଶ୍ବର ଚନ୍ଦ୍ରଶେଖରପୁର ବିଡିଏ ସିଅନ ବସ୍ତିରେ ଡ୍ରେନ କାମ ବେଳେ ଦୁର୍ଘଟଣା ଘଟିଛି | ଡ୍ରେନ ଖୋଳା ବେଳେ ବିଦୁତ ସଂସ୍ପର୍ଶରେ ଆସି ଦୁଇ ଜଣ ଗୁରୁତର ହୋଇଛନ୍ତି | ଗୁରୁତରଙ୍କୁ ନିକଟସ୍ଥ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହାତ ଦୁଇ ଜଣ ହେଲେ ବଙ୍କୁ ଏବଂ କୁନୁବାବୁ | ଉଭୟେ ଠିକାଦାର ସଂସ୍ଥାର ସୁପରଭାଇଜର ଭାବେ କାମ କରୁଥିଲେ । ମାଟିଉଠା ମେସିନ୍ ଚଳାଉଥିବା ବେଳେ ବକେଟ ଉପରେ ଚଢି ଗଛଡାଳ ଭାଙ୍ଗିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଆହାତଙ୍କ ମଧ୍ୟରେ ଜଣେ ଗୁରୁତର ଥିବା ଜଣାପଡିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.