ରାଜଧାନୀରେ ପୁଣି ଏନକାଉଣ୍ଟର : ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Published By : Prameya-News7 Bureau | August 04, 2019 IST

ଭୁବନେଶ୍ବର ୪/୮: ରାଜଧାନୀରେ ପୁଣି ଏନକାଉଣ୍ଟର।  ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନଙ୍କର ଗୋଡରେ ବାଜିଛି ଗୁଳି।  ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେମାନଙ୍କୁ  ଏସିସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ଦୁଇ ଅପରାଧୀଙ୍କଠାରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ,ଅଫୁଟା ଗୁଳି,ଖେଳନା ବନ୍ଧୁକ,ଗୋଟିଏ ବାଇକ,ନଗଦ ପଚାଶ ହଜାର ଟଙ୍କା ଜବତ କରିଛି। ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଏହା ମହିମା ମୋଟର୍ସଠୁ ଲୁଟ୍ କରିଥିଲେ।

{"id":140598}

ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ହେଲେ ସିପୁନ କୁମାର କବି ଓ ହରେକୃଷ୍ଣ ସ୍ବାଇଁ।  ବିଳମ୍ବିତ ରାତି ୨ଟା ୪୫ମିନିଟରେ ରେ  ବଡଗଡ ଥାନା ଅଧୀନରେ ଚିଲି ପୋଖରି ନିକଟରେ ପୋଲିସ  କରିଛି ଏନକାଉଣ୍ଟର।  ଗତକାଲି ଧରାପଡିଥିବା ଲୁଟେରା ଗ୍ୟାଙ୍ଗର କିଛି ସଦସ୍ୟ ଧଉଳୀ ଥାନା ଅନ୍ତର୍ଗତ ବାପୁଜୀ ହାଇଟ ଏକ ଫ୍ଲାଟରେ ଲୁଚିଥିବା ପୋଲିସକୁ ସୂଚନା ମିଳିଥିଲା।

{"id":140596}

ସୂଚନା ଆଧାରରେ ଯେତେବେଳେ ଧଉଳି ଥାନା ଆଇଆଇସି ବାପୁଜୀ ହାଇଟ ଆପାର୍ଟମେଣ୍ଟ ପାଖରେ ପହଞ୍ଚିଥିଲେ ଅପରାଧୀମାନେ ସେହି ଜାଗା ଛାଡି ଟଙ୍କପାଣି ରୋଡ ଆଡେ ଚାଲି ଯାଇଥିଲେ। ପୋଲିସ  ପିଛା କରିବାରୁ ସେମାନେ ପୋଲିସ ଉପରକୁ ଫୟାରିଂ କରିଥିଲେ। ପୋଲିସ ମଧ୍ୟ ପାଲଟା ଗୁଳିମାଡ କରିଥିଲା। ପୋଲିସ ୪ ରାଉଣ୍ଡ ଗୁଳି ଫାୟାରଂ କରିଥିଲା।ଏହି ଘଟଣାରେ  ପୋଲିସ ଅଧିକ ତଦନ୍ତ  ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.