ଗଞ୍ଜାମ ପୋଲିସର ପୁଣି ଏନ୍‌କାଉଣ୍ଟର ; ପୋଲିସ ଗୁଳିରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

Published By : Prameya-News7 Bureau | October 26, 2018 IST

ଗଞ୍ଜାମ ୨୬|୧୦: ଗଞ୍ଜାମ ଜିଲ୍ଲାରେ ପୁଣି ଏନକାଉଣ୍ଟର କରିଛି ପୋଲିସ । ଚମlଖଣ୍ଡି ପୋଲିସର ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର ଆହତ ହେ।ଇଛନ୍ତି । ୨ ଅପରାଧୀ ହେଲେ  ମନୋଜ ସାହୁ ଓ ବିଶ୍ବଜିତ ବାରିକ । ମନୋଜର ଘର ପୋଲସରା ଓ ବିଶ୍ବଜିତର ଘର ଖୋର୍ଦ୍ଧା ଜିଲ୍ଲା କାଇପଦରରେ । ଏହି ଦୁଇ ଜଣ ଏକ କlର୍ ଯୋଗେ କଣମଣl ରାସ୍ତା ଦେଇ ଆସୁଥିବାର ଦେଖି ଚମlଖଣ୍ଡି ପୋଲିସ ସେମାନଙ୍କୁ ଅଟକlଇବାକୁ ଚେଷ୍ଟା କରୁଥିଲା । ଏହାପରେ ସେମାନେ ପୋଲିସ ଉପରକୁ ଗୁଳି ଚଳାଇଥିଲେ । ପୋଲିସ ମଧ୍ୟ ପାଲଟା ଜବାବ ଦେଇ ଗୁଳି ଚଳାଇଥିଲା । ଫଳରେ  ସେମାନଙ୍କ ଦୁଇ ଗୋଡରେ ଗୁଳି ବାଜିଛି । ସେମାନଙ୍କୁ ପ୍ରଥମେ ଛତ୍ରପୁର ମେଡିକାଲକୁ ଅଣାଯାଇଥିବା ବେଳେ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ଠାରୁ ଏକ ଲକ୍ଷ ୫୦ ହଜାର ଟଙ୍କା ଜବତ କରିବା ସହ ୨ଟି ପିସ୍ତଲ ଓ ୪ ରାଉଣ୍ଡ ଗୁଳି ଜବତ କରାଯାଇଛି । ଉଭୟଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.