Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପଡ଼ିଶା ଘର ପୁଅର ପ୍ରେମରେ ପଡ଼ିଥିଲା ପରିବାରର ଗେହ୍ଲୀ ଝିଅ, ଘରୁ ଫେରାର ପରେ ଅପହରଣ କରି କରାଗଲା ଭୟାନକ ହତ୍ୟା, ଭିନ୍ନ ରାଜ୍ୟରୁ ମିଳିଲା ମୃତଦେହ

17/09/2021 at 5:46 PM

ଲକ୍ଷ୍ନୌ, ୧୭/୦୯: ଉତ୍ତର ପ୍ରଦେଶରୁ ରାଜଧାନୀ ଦିଲ୍ଲୀ । ଦିଲ୍ଲୀରୁ ଅପହରଣ କରି ମଧ୍ୟ ପ୍ରଦେଶରେ ହତ୍ୟା । ମଧ୍ୟ ପ୍ରଦେଶରେ ହତ୍ୟା କରି ଜଣକର ମୃତଦେହ ସେହି ରାଜ୍ୟରେ ପକାଯାଇଥିବା ବେଳେ ଆଉ ଜଣକର ମୃତଦେହ ରାଜସ୍ଥାନରେ ଫୋପଡ଼ା ଯାଇଛି । ଏପରି ଏକ ଜଘନ୍ୟ ଲୋମହର୍ଷଣ କାରୀ ହତ୍ୟା ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମୃତ ଦୁଇଜଣ ୟୁପିର ପ୍ରେମୀ ଯୁଗଳ ହୋଇଥିବା ଜଣାପଡ଼ିଛି । ଯୁବକଙ୍କ ମୃତଦେହ ମଧ୍ୟପ୍ରଦେଶରେ ଫିଙ୍ଗାଯାଇଥିବା ବେଳେ ନାବାଳିକାର ମୃତଦେହ ରାଜସ୍ଥାନରୁ ମିଳିଥିଲା। ଆଜି ଉତ୍ତରାଞ୍ଚଳ ପୋଲିସ ଏଭଳି ଛାତିଥରା ହତ୍ୟାକାଣ୍ଡର ପର୍ଦ୍ଦାଫାସ୍‌ କରିଛି । ମୃତ ଝିଅଟି ନାବାଳିକା ହୋଇଥିବା ବେଳେ ଯୁବକ ଜଣକ କିନ୍ତୁ ପ୍ରାପ୍ତ ବୟସ୍କ ଥିଲେ।

ପୋଲିସର ସୂଚନା ଅନୁସାରେ, ପ୍ରେମୀଯୁଗଳ ପ୍ରଥମେ ପରିବାର ଲୋକଙ୍କୁ ବିବାହ ପାଇଁ ମନାଇବାକୁ ଚେଷ୍ଟା କରିଥିଲେ। ହେଲେ ସେମାନେ ନମାନିବାରୁ ଜୁଲାଇ ୩୧ ତାରିଖରେ ଦୁହେଁ ଘର ଛାଡ଼ି ଦିଲ୍ଲୀ ଫେରାର୍ ହୋଇଯାଇଥିଲେ। ଏହାର କିଛିଦିନ ପରେ ପରିବାର ଲୋକେ କୌଣସି ମତେ ଖବର ପାଇ ଉଭୟଙ୍କୁ ଦିଲ୍ଲୀରୁ ଅପହରଣ କରିନେଥିଲେ। ପୂରା ଫିଲ୍ମ ଷ୍ଟାଇଲ୍‌ରେ ଘଟିଥିଲା ଏହି ମର୍ଡର ମିଷ୍ଟ୍ରି।

ଘର ଲୋକେ ଦିଲ୍ଲୀରେ ଲଭ୍ ବାର୍ଡଙ୍କୁ ଗାଡ଼ରେ ବସାଇ ସିଧା ମଧ୍ୟପ୍ରଦେଶର ଭିଣ୍ଡକୁ ଅଞ୍ଚଳକୁ ଅପହରଣ କରି ନେଇଯାଇଥିଲେ । ପୁଣି ଭିଣ୍ଡରୁ ଗ୍ୱାଲିୟର ନେଉଥିବା ବେଳେ ବାଟରେ ପ୍ରେମିକକୁ ଆକ୍ରମଣ କରିଥିଲେ ଅଭିଯୁକ୍ତ। ପ୍ରେମିକକୁ ହତ୍ୟା କରିବା ସହିତ ତାଙ୍କ ଯୌନାଙ୍ଗକୁ ଛୁରିରେ କାଟି ଦେଇଥିଲେ। ଆଟ୍ରି ପୋଲିସ ଷ୍ଟେସନ ଅଧିନରେ  ଆସୁଥିବା ଏବଂ ଝାନ୍ସିକୁ ସଂଯୋଗ କରୁଥିବା ରାସ୍ତାରେ ହିଁ ଏହି ହତ୍ୟାକାଣ୍ଡ ହୋଇଥିଲା ।

ଏହାପରେ ରାଜସ୍ଥାନ ପୋଲିସ ନାବାଳିକାର ମୃତଦେହକୁ ଢୋଲପୁର ଅଞ୍ଚଳରୁ ଉଦ୍ଧାର କରିଥିଲା। ଏକ ହଳଦିଆ ପ୍ଲାଷ୍ଟିକ୍ ରସିରେ ନାବାଳିକାର ଗଳାକୁ ଭିଡ଼ି ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା।

ମୃତ ଯୁବକଙ୍କ ଘର ୟୁପି ଫିରୋଜାବାଦ୍ ସିର୍ସାଗଞ୍ଜ ପୋଲିସ ଷ୍ଟେସନ୍ ଜାହାଙ୍ଗୀରପୁରରେ ହୋଇଥିବା ଜଣାପଡ଼ିଛି । ସେ ତାଙ୍କର ପଡ଼ୋଶୀ ଘରର ଜଣେ ନାବାଳିକାକୁ ନେଇ ଫେରାର ହୋଇଯାଇଥିଲା। ପୋଲିସ ଅଗଷ୍ଟ ୫ ତାରିଖରେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିବା ବଳେ ଯୁବକଙ୍କ ବାପା ଅଗଷ୍ଟ ୧୦ ତାରିଖରେ ପୁଅ ନିଖୋଜ ହେବା ନେଇ ଥାନାରେ ରିପୋର୍ଟ କରିଥିଲେ। ଏପଟେ ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଉ ତଦନ୍ତରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଉପରୁ ପରଦା ଉଠିଛି। 

ତେବେ ରାଜସ୍ଥାନରେ ନାବାଳିକାର ମୃତଦେହ ଉଦ୍ଧାର କରିବା ପରେ ପୋଲିସର ସନ୍ଦେହ ବଢ଼ିଥିଲା। ଉଭଯ ପ୍ରାୟ ସମାନ ବୟସର ହୋଇଥିବା ବେଳେ ଦୁଇଟି ଅଲଗା ଅଲଗା ରାଜ୍ୟରୁ ମୃତଦେହ ମିଳିବା ପୋଲିସର ସନ୍ଦେହ ବଢ଼ାଇଥିଲା। ଯେତେବେଳେ ପୋଲିସ ନାବାଳିକାଙ୍କ ପରିବାର ଲୋକଙ୍କର ଲୋକସନ ଯାଞ୍ଚ କରିଥିଲା ସେତବେଳେ ଜଣାପଡ଼ିଥିଲା ଯେ, ସେମାନେ ପ୍ରଥମ ଦିଲ୍ଲୀ-ଭିଣ୍ଡ-ଗ୍ୱାଲିୟର ଏବଂ ଡୋଲପୁର ଯାଇଛନ୍ତି । ପୋଲିସର ସନ୍ଦେହ ଘନିଭୁତ ହେବା ପରେ ଝିଅ ଘର ପରିବାର ଲୋକଙ୍କୁ  ପଚରାଉଚରା କରିବା ସହିତ ସେମାନଙ୍କୁ ହେପାଜତକୁ ନେଇଥିଲା ପୋଲିସ।

   Related Posts