କୋଭିଡ୍ ହସ୍ପିଟାଲରୁ ଚମ୍ପଟ ମାରିଲେ ୨ କରୋନା ଆକ୍ରାନ୍ତ
14/07/2020 at 8:35 AM

ବ୍ରହ୍ମପୁର, ୧୪|୦୭: ବ୍ରହ୍ନପୁର କୋଭିଡ୍ ହସପିଟାଲରୁ ୨ କରୋନା ଆକ୍ରାନ୍ତ ଚମ୍ପଟ ମାରିଛନ୍ତି । ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।
ସୂଚନାନୁସାରେ, ଏହି ୨ ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ ସେମାନଙ୍କ କରୋନା ଟେଷ୍ଟ୍ ହୋଇଥିଲା । ଯାହା ପଜିଟିଭ୍ ଆସିଥିଲା । ପଜିଟିଭ୍ ଆସିବା ପରେ ଉଭୟଙ୍କୁ ଟାଟା କୋଭିଡ ହସପିଟାଲ ନିଆଯାଉଥିଲା । ତେବେ ସେଠାରୁ ସେମାନେ ଚମ୍ପଟ ମାରିଛନ୍ତି ।
ଗତ ୧୨ ତାରିଖରୁ ଏମାନେ ଚମ୍ପଟ ମାରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ମହାନ୍ତ ଏନେଇ ସୂଚନା ଦେଇଛନ୍ତି ।
Related Posts
୬୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ, ୩ ଗିରଫ
1 March 2021
ଅଟୋ ଓଲଟି ଜଣେ ମୃତ, ୩ ଗୁରୁତର
1 March 2021