Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ପାଇଲଟ୍ ସମର୍ଥକଙ୍କୁ ଝଟକା, ଦଳରୁ ବିଦା ହେଲେ ୨ ବିଦ୍ରୋହୀ କଂଗ୍ରେସ ବିଧାୟକ

17/07/2020 at 10:14 AM

ଜୟପୁର, ୧୭।୦୭: ରାଜସ୍ଥାନରେ ରାଜନୈତିକ ସଙ୍କଟ ଥମିବାର ନାଁ ନେଉନାହିଁ । ଏହା ମଧ୍ୟରେ କଂଗ୍ରେସ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳ ବିଦ୍ରୋହୀ ବିଧାୟକ ଭମ୍ବରଲାଲ୍ ଶର୍ମା  ଓ ବିଶ୍ୱେନ୍ଦ୍ର ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ଏହି ଦୁଇ ବିଧାୟକଙ୍କ ବିରୋଧରେ ଭାରତୀୟ ଜନତା ପାର୍ଟି ସହ ବୁଝାମଣା କରି ଅଶୋକ ଗେହଲଟ୍ ସରକାର ଭାଙ୍ଗିବା ପାଇଁ ଷଡଯନ୍ତ୍ର ରଚୁଥିବା ଅଭିଯୋଗ ରହିଛି । ଏହାସହ ସଚିନ ପାଇଲଟ୍ ନିଜ ସ୍ଥିତି ସ୍ପଷ୍ଟ କରନ୍ତୁ ବୋଲି କଂଗ୍ରେସ କହିଛି ।

କଂଗ୍ରେସ ମୁଖପାତ୍ର ରଣଜୀପ ସୁରଜେଓ୍ୱାଲା କହିଛନ୍ତି ଯେ, ବିଜେପି ରାଜସ୍ଥାନରେ ସରକାର ଭାଙ୍ଗିବା ପାଇଁ ପ୍ରୟାସ କରୁଛି । ଏହାର କିଛି ଅଡିଓ ସାମ୍ନାକୁ ଆସିଛି । ଯେଉଁଥିରେ କଂଗ୍ରେସ ବିଧାୟକଙ୍କୁ କିଣିବା ନେଇ ଚେଷ୍ଟା କରାଯାଉଛି । ବିଜେପି ନେତା ସଂଜୟ ଜେନ୍ କଂଗ୍ରେସ ନେତା ଭମ୍ବରଲାଲଙ୍କ ସହ ଆଲୋଚନା କରିଛନ୍ତି ବୋଲି ରଣଦୀପ କହିଛନ୍ତି ।

ରଣଦୀପ ଆହୁରି କହିଛନ୍ତି ଯେ, ଭମ୍ବରଲାଲ୍ ଓ ବିଶ୍ୱେନ୍ଦ୍ରଙ୍କୁ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି । ଦଳ ପକ୍ଷରୁ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । ଗୁରୁବାର ଗଣମାଧ୍ୟମରେ ଚକିତ କଲା ଭଳି ଅଡିଓ ଟେପ୍ ଲିକ୍ ହୋଇଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ, ବିଜେପି ନେତା ସଂଜୟ ଜେନ୍ ଓ କଂଗ୍ରେସ ବିଧାୟକ ଭମ୍ବରଲାଲଙ୍କ ସହ ସରକାର ଭାଙ୍ଗିବାକୁ ଚେଷ୍ଟା କରୁଥିବା ଶୁଣିବାକୁ ମିଳିଛି ।

ସେ ଆହୁରି କହିଛନ୍ତି ଯେ, ସଚିନଙ୍କ ସହ ଆଲୋଚନା ଚାଲିଛି । ତେବେ କଣ ଆଲୋଚନା ହେଉଛି ସେନେଇ ସର୍ବସମ୍ମୁଖରେ କୁହାଯାଇ ପାରିବ ନାହିଁ ବୋଲି ସେ କହିଛନ୍ତି ।

   Related Posts