ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି

Published By : Prameya-News7 Bureau | May 10, 2021 IST

ଭୁବନେଶ୍ୱର, ୧୦/୦୫: ରାଜ୍ୟରେ କରୋନା ଟିକାର ଆବଶ୍ୟକତା ପୂରଣ କରିବା ପାଇଁ ଗ୍ଲୋବାଲ୍‌ ଟେଣ୍ଡର କରିବାକୁ ନିଷ୍ପତ୍ତି ହୋଇଥିଲା । ଏଥି ପାଇଁ ରାଜ୍ୟ ସରକାର ଦୁଇଟି କମିଟିର ଗଠନ କରିଛନ୍ତି । ଏଥିରେ ଗୋଟିଏ ବୈଷୟିକ କମିଟି ଏବଂ ଅନ୍ୟ ଗୋଟିଏ ପରିଚାଳନା କମିଟି ।

ବୈଷୟିକ କମିଟିରେ ମୋଟ ୧୦ ଜଣ ସଦସ୍ୟ ରହିଥିବା ବେଳେ ପରିଚାଳନା କମିଟିରେ ୯ ଜଣ ସଦସ୍ୟ ରହିଛନ୍ତି । ଇ-ଗ୍ଲୋବାଲ୍‌ ଟେଣ୍ଡର ପଲିସିରେ ରାଜ୍ୟ ଔଷଧ ନିଗମ କରୋନା ଟିକା କିଣିବ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଟିକା ଅଭାବକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏ ନେଇ ଆଜି କ୍ୟାବିନେଟ୍ ବୈଠକରେ ଏକ ଜରୁରୀ ନିଷ୍ପତ୍ତି ନିଆଯାଇଥିଲା । ସାରା ବିଶ୍ୱର କମ୍ପାନୀମାନଙ୍କ ଠାରୁ ରାଜ୍ୟ ସରକାର ଟିକା କିଣିବା ନେଇ ନିଷ୍ପତ୍ତି ଉପରେ ମୋହର ଲାଗିଥିଲା ।

ସରକାର ଟିକା କିଣିବା ପାଇଁ ଗ୍ଲୋବାଲ୍‌ ଟେଣ୍ଡର କରିବାକୁ ଏହି ବୈଠକରେ ଆଲୋଚନା କରିବା ସହ ଏହାକୁ ଖୁବ୍‌ ଶିଘ୍ର କାର୍ଯ୍ୟକାରୀ କରାଯିବ ବୋଲି କହିଥିଲେ । ସାରା ବିଶ୍ୱରେ ବିଭିନ୍ନ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା କରୋନା ଟିକା ସରକାର କିଣିବେ । ଟିକା ସମସ୍ୟା ଦୂର କରିବା ପାଇଁ ସରକାର ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.