Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁକେ ହାଇକୋର୍ଟରୁ ନିରବ ମୋଦୀଙ୍କୁ ଝଟକା, ପ୍ରତ୍ୟର୍ପଣ ବିରୋଧରେ ଦାଖଲ ଆବେଦନ ଖାରଜ, ଏବେ ଭାରତ ଆସିବାକୁ ପଡିବ !
  • ||
  • ଭୁବନେଶ୍ବର : ଗୋରୁ ଚୋରା ଚାଲାଣ ବେଳେ ଜବତ ହେଲା ପିକଅପ୍ ଭ୍ୟାନ୍, ୫ ଗୋରୁ ଉଦ୍ଧାର, ଦଲାଲ ଫେରାର
  • ||
  • ଭୁବନେଶ୍ବର : ରାଜଧାନୀରେ ମାତିଲେ ଲୁଟେରା : ତାଲା ଭାଙ୍ଗି ଦୋକାନରେ ବୁଲାଇଲେ କଳାକନା, ସିସିଟିଭିରେ କଏଦ ହେଲା ଦୃଶ୍ୟ
  • ||
  • ଭୁବନେଶ୍ବର : ଅନଲକ୍ ପ୍ରକ୍ରିୟା ଆରମ୍ଭ ପରେ ଲୋକେ ମାନୁନାହାନ୍ତି କୋଭିଡ୍ ନିୟମ, ସୃଷ୍ଟି ହୋଇପାରେ ବିପଦ – ଡିଏମଇଟି
  • ||
  • ଭୁବନେଶ୍ବର : ଚଳିତ ବର୍ଷ ୩୦% ହ୍ରାସ ହେବ ନବମ ଓ ଦଶମ ଶ୍ରେଣୀର ସିଲାବସ୍ – ଗଣଶିକ୍ଷା ମନ୍ତ୍ରୀ
  • ||
  • କାମାକ୍ଷାନଗର : ଜଙ୍ଗଲକୁ ଯାଇଥିବା ବେଳେ ପଡିଗଲେ ଭାଲୁ ହାବୁଡରେ, ଆକ୍ରମଣରେ ୨ ଗୁରୁତର
  • ||
  • ଦେଶରେ ତଳମୁହାଁ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦ ହଜାରରୁ ଅଧିକ ପଜିଟିଭ୍,୧୩୫୮ ମୃତ
  • ||
  • ଥରିଲା ପାକିସ୍ତାନ, ୪.୫ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୬ ଜଣଙ୍କ ଜୀବନ
  • ||
  • ହ୍ରାସ ପରେ ପୁଣି ବଢିଲା ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୪୫୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||

ଆଜିଠାରୁ ଯୁକ୍ତ୨ ପାଠପଢ଼ା ଆରମ୍ଭ

24/07/2018 at 8:20 AM

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ୨ କଲେଜ)ଗୁଡ଼ିକରେ ଆଜିଠାରୁ ପାଠପଢ଼ା ଆରମ୍ଭ ହୋଇଛି । ଦଶମ ଶ୍ରେଣୀ ପାସ୍‌ କରିଥିବା ଛାତ୍ରଛାତ୍ରୀଙ୍କର କଲେଜରେ ପ୍ରଥମ ଦିନ ହୋଇଥିବାରୁ କ୍ୟାମ୍ପସରେ ସ୍ୱାଗତ ଲାଗି ବ୍ୟାପକ ପ୍ରସ୍ତୁତି କରାଯାଇଛି। କେତେକ କଲେଜରେ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଫୁଲ, ଚନ୍ଦନ ଦେଇ ନୂତନ ପିଲାଙ୍କୁ ସ୍ୱାଗତ କରିବେ। ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ଇଣ୍ଡକ୍ସନ କ୍ଲାସ ହେବ। ଛାତ୍ରଛାତ୍ରୀ ରାଗିଂ ଫର୍ମରେ ଦସ୍ତଖତ କରିବେ। ଛାତ୍ରଛାତ୍ରୀଙ୍କୁ ଟାଇମ୍‌ ଟେବୁଲ୍‌ ବଣ୍ଟାଯିବା ସହ କଲେଜର ନିୟମ ବିଷୟରେ ଅବଗତ କରାଯିବ। ଏହାବ୍ୟତୀତ କଲେଜରେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକ ପାଇଁ ମଧ୍ୟ ଆଜି ନାମଲେଖା ହେବ। ଯୁକ୍ତ୨ କଲେଜର ୪ ଲକ୍ଷ ୨୪ ହଜାର ୭୩୯ ସିଟ୍‌ ପାଇଁ ନାମଲେଖା ହେଉଛି। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ଏବେ ୯୪ ହଜାର ସିଟ୍‌ ଖାଲି ରହିଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।

   Related Posts