ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଠପଢା : ନୂଆ କଲେଜ ଓ ପାଠପଢାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ

Published By : Prameya-News7 Bureau | July 29, 2019 IST

ଭୁବନେଶ୍ବର ୨୯/୭: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପାଠପଢା । ପ୍ରଥମ କରି ସ୍କୁଲ ଛାଡି କଲେଜରେ ପାଦ ଥାପିଛନ୍ତି ଛାତ୍ରଛାତ୍ରୀ । ସେଥିପାଇଁ ଛାତ୍ରଛାତ୍ରୀଙ୍କ ମନରେ ଅନେକ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ପ୍ରଥମ ଦିନ କ୍ଲାସ କରିବାକୁ ସକାଳୁ ରାଜଧାନୀର ବିଭିନ୍ନ କଲେଜରେ ଛାତ୍ରଛାତ୍ରୀମାନଙ୍କ ଭିଡ ଦେଖିବାକୁ ମିଳିଛି । ନିଜ ନିଜର ପସନ୍ଦର କଲେଜରେ ନାମ ଲେଖାଇବା ସହ କଲେଜରେ ପାଠପଢାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.