ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା, ପ୍ରଥମ ଦିନରେ ମାତୃଭାଷା

Published By : Prameya-News7 Bureau | March 07, 2019 IST

ଭୁବନେଶ୍ବର୭|୩: ଶାନ୍ତି ଶୃଖଂଳା ସହ ଶେଷ ହୋଇଛି ପ୍ରଥମ ଦିନ ଯୁକ୍ତ ଦୁଇ ପରୀକ୍ଷା । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଇଛନ୍ତି ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀ । ଶୁକ୍ରବାରଠୁ କଳା ବିଭାଗ ପରୀକ୍ଷା ଆରମ୍ଭ ହେବ । କପି ରୋକିବାକୁ କେନ୍ଦ୍ରୀୟ, ଜୋନାଲ୍  ଓ ଜିଲ୍ଲା ସ୍ତରୀୟ ସ୍କ୍ବାଡ୍ ହୋଇଛି । କଡ଼ା ସୁରକ୍ଷା ମଧ୍ୟରେ ହବ୍ ରେ ରଖାଯାଇଛି ପ୍ରଶ୍ନପତ୍ର । …

{"id":91420,"width":597,"height":327}

ଏ ଦୃଶ୍ୟ ରେଭେନ୍ସ ଜୁନିୟର କଲେଜର । ଉତ୍କଣ୍ଠାର ସହ କ୍ୟାମ୍ପସ ମଧ୍ୟକୁ ପ୍ରବେଶ କରୁଛନ୍ତି ଛାତ୍ରଛାତ୍ରୀ । ପରୀକ୍ଷା ପୂର୍ବରୁ ଚାଲିଛି ବାଗ୍ ଦେବୀଙ୍କ ପୂଜାର୍ଚ୍ଚନା । ମାତୃଭାଷା ପରୀକ୍ଷା ଥିବାରୁ ଛାତ୍ରଛାତ୍ରୀ ରିଲାକ୍ସ ମୁଡ୍‌ରେ । ଅଧଘଣ୍ଟା ଆଗରୁ ସେଣ୍ଟରକୁ ପ୍ରବେଶ କରିଥିଲେ ପରୀକ୍ଷାର୍ଥୀ । ଦୁଇଟି ପର୍ଯ୍ୟାୟରେ ଯାଞ୍ଚ୍ କରାଯାଇଥିଲା । ପ୍ରଥମ ଦିନ ମାତୃଭାଷା ପରୀକ୍ଷା ଦେଇଛନ୍ତି ବାଣିଜ୍ୟ ଓ ବିଜ୍ଞାନ ଛାତ୍ରଛାତ୍ରୀ । ଶୁକ୍ରବାରଠୁ କଳା ବିଭାଗ ପରୀକ୍ଷା ଆରମ୍ଭ ହେବ । 

{"id":91423,"width":593,"height":333}

ଏ ବର୍ଷ ହଜାରେ ୯୩ କେନ୍ଦ୍ରରେ ପରୀକ୍ଷା ଦେବେ ୧୫୫୬ ଟି ଜୁନିୟର କଲେଜର ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ । କେବଳ କଳାରେ ୨ ଲକ୍ଷ ୩୫ ହଜାର ୧୮୩ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୯୦ ପ୍ରତିଶତ କେନ୍ଦ୍ରରେ ଲାଗିଛି ସିସିଟିଭି । କଡ଼ା ସୁରକ୍ଷା ମଧ୍ୟରେ ୨୦୨ ଟି ହବ୍ ରେ ରଖାଯାଇଛି ପ୍ରଶ୍ନପତ୍ର । କପି ରୋକିବାକୁ ତ୍ରିସ୍ତରୀୟ ସ୍କ୍ବାଡ୍ ବ୍ୟବସ୍ଥା ହୋଇଛି । ପ୍ରଶ୍ନପ୍ରତ୍ର ଭାଇରାଲ ଭଳି ଘଟଣା ରୋବିକାକୁ ବିଶେଷ ଧ୍ୟାନ ଦିଆଯାଇଛି । ମୋବାଇଲ ଓ ସ୍ମାଟ ଓ୍ବାଚକୁ ବାରଣ କରାଯାଇଛି ।

{"id":91424,"width":593,"height":333}

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦୁଇଟି ହେଲପ୍ ଲାଇନ୍ ନମ୍ବର ଜାରି କରାଯାଇଛି । ପରୀକ୍ଷା ସଂକ୍ରାନ୍ତ କୌଣସି ସମସ୍ୟା ଦେଖାଦେଲେ ପରିଷଦ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.