ବାଣ ନିଆଁରେ ଦୁଇ ଶିଶୁ ଗୁରୁତର, ବାଣ ଫୁଟି ଗୋଟିଏ ଶିଶୁର ୩ ଅଙ୍ଗୁଳି ନଷ୍ଟ

Published By : Prameya-News7 Bureau | October 27, 2019 IST


ଭଦ୍ରକ ୨୭।୧୦ - ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଗମରା ଗ୍ରାମରେ ଅଘଟଣ । ଦୀପାବଳିରେ ବଗମରା ଗ୍ରାମର ମୋହନ ଚନ୍ଦ୍ର ମଲ୍ଲୀକ ନିଜ ଘରେ ପିଲାଙ୍କ ସହ ବାଣ ଫୁଟାଉଥିବା ସମୟରେ ତାଙ୍କ ତିନି ବର୍ଷର ଶିଶୁ ପୁତ୍ର ଘରେ ଥିବା ବାଣ ଆଣି ନିଆଁ ଲଗାଉ ଥିବା ସମୟରେ ବାଣ ଫୁଟି ଯାଇଥିଲା । ଫଳରେ ଶିଶୁଟିର ହାତର ତିନିଟି ଅଙ୍ଗୁଳି ନଷ୍ଟ ହୋଇଯାଇଛି ।


ପରିବାର ଲୋକେ ଶିଶୁଟିକୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲ ରେ ଭର୍ତି କରିଥିବା ବେଳେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଶିଶୁଟିକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଭଟପୁର ଗ୍ରାମରେ ବାଣ ଫୁଟାଉଥିବା ସମୟରେ ପପୁ ଦାସଙ୍କ ତିନି ବର୍ଷର ପୁଅ ଗୁରୁତର । ଗୁରୁତର ଶିଶୁକୁ ଚିକିତ୍ସା ପାଇଁ ଭଦ୍ରକ ମେଡିକାଲରେ ଭର୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.