ବାପାଙ୍କ ଚାକିରି ଫେରେଇ ଦେବା ଦାବିରେ ଦୁଇ ଶିଶୁଙ୍କ ଧାରଣା

Published By : Prameya-News7 Bureau | October 20, 2019 IST

ବରଗଡ - ବାପାଙ୍କ ଚାକିରୀ ଫେରେଇ ଦେବା ଦାବିରେ ଦୁଇ ଶିଶୁଙ୍କ ଧାରଣା । ଅଖିଆ ଅପିଆ ବାପା ମାଙ୍କ ସହିତ ଏହି ଦୁଇ ଶିଶୁ ଧାରଣାରେ ବସିଥିବା ବେଳେ କର୍ତ୍ତୃପକ୍ଷ କିନ୍ତୁ ଧରାଛୁଆ ଦେଉନାହିନାନ୍ତି ।  ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା  ଘୁଚାପାଲି ଗ୍ରାମର ଅନିରୁଦ୍ଧ ସେଠ୍ ବିଗତ ୬ ବର୍ଷ ହେବ ପାଇକମାଲ ବନାଞ୍ଚଳରେ ଅସ୍ଥାୟୀ କର୍ମଚାରୀ ଭାବେ କାମ କରିଆସୁଥିଲେ।  

ଗତ କିଛିଦିନ ହେବ ଗନ୍ଧମାର୍ଦ୍ଧନ ଜଙ୍ଗଲ ରେ ବେଆଇନ ଗଛ କଟା ଚାଲିଥିବା ବେଳେ ଏଥିରେ କିଛି ବନ କର୍ମଚାରୀଙ୍କ ହାତ ଥିବା ସନ୍ଦେହ କରାଯାଉଥିଲା।  ତେବେ ଏହାକୁ ବିରୋଧ କରାଯିବାରୁ ଅନିରୁଦ୍ଧ ସମେତ  ୪ ଜଣଙ୍କୁ ବନବିଭାଗ ପକ୍ଷରୁ ବହିଷ୍କାର କରାଯାଇଥିଲା । ତେବେ ପରେ ଅନ୍ୟ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ହୋଇଥିବା ବେଳେ କେବଳ ଅନିରୁଦ୍ଧଙ୍କୁ ଆଉ ଚାକିରୀକୁ ଡକାଗଲା ନାହିଁ।  ନ୍ୟାୟ ପାଇଁ ଅନିରୁଦ୍ଧ ,ତାଙ୍କ ପତ୍ନୀ ଓ ପୁଅଝିଅ ବରଗଡ଼ ବନଖଣ୍ଡ ଅଧିକାରୀଙ୍କ କାର୍ୟ୍ୟାଳୟ ଆଗରେ  ଅନଶନରେ ବସିଛନ୍ତି । ନିଜେ ନିର୍ଜଲ ଅନଶନ କରୁଥିବା ବେଳେ ସ୍ତ୍ରୀ ଓ ପୁଅ ଝିଅ ଅନ୍ନ ଛୁଇଁବାକୁ ମନା କରୁଛନ୍ତି ।  ବନଖଣ୍ଡ ଅଧିକାରୀ କର୍ମଚାରୀ ପଠାଇ ଖାଇବାକୁ ଦେବାପାଇଁ ପ୍ରୟାସ କରିଥିଲେ ହେଁ କୁନି ଝିଅ ଓ ପୁଅ ବାପାଙ୍କୁ ଚାକିରୀରେ ପୁନଃ ଥଇଥାନ ନ କରା ଗଲେ ସେମାନେ କିଛି ଖାଇବେ ନାହିଁ କହି ଏହାକୁ ଗ୍ରହଣ କରିନଥିଲେ ।  ତେବେ ଏହି ଘଟଣା ତାଙ୍କ ନଜର କୁ ଆସି ନଥିବା କହିଛନ୍ତି ଜିଲ୍ଲା ବନଖଣ୍ଡ ଅଧିକାରୀ ସନ୍ଦୀପ ପ୍ର।ତୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.