ଏମିତି ବି ଆସେ ମୃତ୍ୟୁ ! ଖେଳିବା ବେଳେ ଲକ୍ ହୋଇଗଲା କାର୍ ଡୋର୍, ଶ୍ୱାସରୁଦ୍ଧ ହୋଇ ୨ ଶିଶୁଙ୍କ ମୃତ୍ୟୁ, ଅନ୍ୟ ୨ ଗୁରୁତର

Published By : Prameya-News7 Bureau | June 15, 2020 IST

ଲକ୍ଷ୍ନୌ, ୧୫|୦୬ :   ଉତ୍ତର ପ୍ରଦେଶର ମୁରାଦାବାଦରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ୪ ଜଣ ଶିଶୁ ଖେଳୁଥିବା ବେଲେ କାର ମଧ୍ୟରେ ଫସିଯାଇଥିଲେ । ସେମାନଙ୍କ ମଧ୍ୟରୁ ୨ଜଣ ଜୀବନ ହାରିଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ସୂଚନାନୁସାରେ, ମୁରାଦାବଦର ମୁଢାପାଡ ଥାନା ଅଞ୍ଚଳର ବାରପୁରରେ ରହୁଥିବା ବବ୍ବନ ତାଙ୍କ କାରକୁ ଘର ବାହାରେ ରଖିଥିଲେ । ସୋମବାର ସକାଳ ୮ଟା ସମୟରେ ବବ୍ବନଙ୍କ ଭାଇ ଓ ଭଉଣୀଙ୍କ ୪ଜଣ ସନ୍ତାନ ଖେଳୁଥିବା ବେଳେ କାର୍ ଡୋର୍ ଓପନ କରି ବସିଥିଲେ । ଏହାପରେ ଡୋରଟି ଭିତରୁ ବନ୍ଦ ହୋଇଯାଇଥିଲା । ୪ଜଣ ଶିଶୁ କାର୍ ମଧ୍ୟରେ ରହିଯାଇଥିଲେ । କାର୍ ମଧ୍ୟରେ ଅକ୍ସିଜେନର ଅଭାବ ଥିବାରୁ ସମସ୍ତେ ବେହୋସ ହୋଇଯାଇଥିଲେ । ଅନେକ ସମୟ ପରେ ପରିବାର ଲୋକେ ବହୁ ଖୋଜାଖୋଜି କରି ଶିଶୁଙ୍କୁ କାର୍ ମଧ୍ୟରୁ ଉଦ୍ଧାର କରିଥିଲେ । ସେତେବେଳକୁ ୪ଜଣଙ୍କ ମଧ୍ୟରୁ ୨ ଜଣ ପ୍ରାଣ ହରାଇ ସାରିଥିଲେ । ଅନ୍ୟ ୨ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

{"id":286730,"width":752,"height":556,"sizeSlug":"large"}

୨ଜଣ ଶିଶୁଙ୍କ ମୃତ୍ୟୁପରେ ପରିବାର ଲୋକେ ପଥର ପାଲଟିଯାଇଛନ୍ତି । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଁଚିଥିଲା । କିନ୍ତୁ ପରିବାର ଲୋକେ କୌଣସି ତଦନ୍ତ ପାଇଁ ମନା କରିଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.