ଭଦ୍ରକରେ ପୋଖରୀରେ ବୁଡି ଦୁଇ ଶିଶୁଙ୍କ ସଲିଳ ସମାଧି

Published By : Prameya-News7 Bureau | September 19, 2018 IST

ଭଦ୍ରକ ୧୯/୯ : ପାଣିରେ ବୁଡି ଦୁଇ ଶିଶୁଙ୍କ ସଲିଳ ସମାଧି | ଭଦ୍ରକ ଜିଲ୍ଲା ତିହିଡି ଥାନା ସାନ୍ତରାପୁର ଗାଁରେ ଘଟିଛି ଅଘଟଣ | ଦୁଇ ଶିଶୁ ବାଡ଼ିପଟେ ଖେଳୁ ଖେଳୁ ପୋଖରୀରେ ପଡିଯାଇଥିଲେ | ମୃତ ଦୁଇ ଶିଶୁ ହେଲେ ଗଣେଶ ମଲ୍ଲିକଙ୍କ ୩ ବର୍ଷୀୟ ପୁଅ ସ୍ୱାଗତ ମଲ୍ଲିକ ଓ ସଂଜିତ ମଲ୍ଲିକଙ୍କ ୩ ବର୍ଷର ପୁଅ ସମରଜିତ ମଲ୍ଲିକ | ଦୁଇ ଶିଶୁ ଖେଳୁଥିବା ବେଳେ ହଠାତ ପୋଖରୀରେ ପଡିଯାଇଥିଲେ | ଶବ୍ଦ ଶୁଣି ଘରଲୋକ ଦୌଡ଼ି ଆସି ଦୁଇ ଶିଶୁଙ୍କ ଉଦ୍ଧାର କରି ଡାକ୍ତରଖାନା ନେଇଯାଇଥିଲେ | କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ | ଏହି ଅଘଟଣ ପରେ ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.