Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ପାକିସ୍ତାନ ବିଜୟର ଖୁସି ପାଳି ଫସିଲେ ମେଡିକାଲ୍‌ ଛାତ୍ର, UAPA ଜରିଆରେ ମାମଲା ରୁଜୁ

26/10/2021 at 7:10 PM

ଶ୍ରୀନଗର ୨୬/୧୦: ଟି-୨୦ ବିଶ୍ବକପ୍‌​‌ରେ ଭାରତ ବିପକ୍ଷରେ ପାକିସ୍ତାନର ବିଜୟକୁ ନେଇ ଖୁସି ମନାଇବା ଅଭିଯୋଗରେ ଦୁଇ ମେଡିକାଲ କଲେଜ୍‌ର ଛାତ୍ରଛାତ୍ରୀଙ୍କ ବିରୋଧରେ ୟୁଏପିଏ ଜରଆରେ ମାମଲା ରୁଜୁ କରିଛି ଜାମ୍ମୁ କାଶ୍ମୀର ପୋଲିସ । ପୋଲିସ ଅଧିକାରୀଙ୍କ ଅନୁସାରେ, କରଣ ନଗର ସ୍ଥିତ ସରକାରୀ ମେଡିକାଲ କଲେଜ ଏବଂ ଶେର-ଏ-କାଶ୍ମୀର ଆୟୁର୍ବିଜ୍ଞାନ ସଂସ୍ଥାନ, ଶ୍ରୀନଗରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

କରଣ ନଗର ଏବଂ ସୌରା ଥାନାରେ ୟୁଏପିଏ(ଅନଲଫୁଲ୍‌ ଆକ୍ଟିଭିଟିଜ୍‌ (ପ୍ରିଭେନ୍ସନ) ଆକ୍ଟ) ଆଧାରରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ଭାରତ ବିପକ୍ଷରେ ପାକିସ୍ତାନର ବିଜୟକୁ ନେଇ ଘାଟିର ଅନେକ ସ୍ଥାନରେ ଉତ୍ସବ ପାଳନ ହୋଇଥିଲା। ଏନେଇ ଭିଡିଓ ଭାଇରାଲ୍‌ ହୋଇଥିଲା।

ସେପଟେ ଜାମ୍ମୁ କାଶ୍ମୀର ଛାତ୍ର ସଂଘ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଭେଟି ୟୁଏପିଏ ଜରିଆରେ ଲାଗିଥିବା ମାମଲା ରଦ୍ଦ କରିବାକୁ ଅନୁରୋଧ କରିଛି। ଏହା ବ୍ୟତୀତ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଏଥିପାଇଁ କେନ୍ଦ୍ର ସରକାରଙ୍କୂ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ।   

   Related Posts